ତିନି ତାଲାକ ପାଇଁ ଅଧ୍ୟାଦେଶ ପ୍ରସ୍ତୁତ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ମୁସଲିମ ବର୍ଗର ମହିଳାଙ୍କୁ ତିନି ତାଲାକରୁ ମୁକ୍ତି ଦେବା ପାଇଁ ଚୂଡ଼ାନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ତିନି ତାଲାକ ବିଲ୍ ସଂସଦରେ ଅଟକି ରହିବାକୁ ଦୃଷ୍ଟିରେ ରଖି କେନ୍ଦ୍ର ୍ରଅଧ୍ୟାଦେଶ ଆଣିବାକୁ ମନସ୍ଥ କରିଛନ୍ତି। କେନ୍ଦ୍ର ସରକାର ତିନି ତାଲାଖ ପାଇଁ ଆଣିବାକୁ ଥିବା ଅଧ୍ୟାଦେଶର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ମଧ୍ୟ ହୋଇଯାଇଛି। ତିନି ତାଲାକ ବିଲ ଲୋକସଭାରେ ସର୍ବାଧିକ ସମର୍ଥନ ପାଇଥିଲେ ମଧ୍ୟ ରାଜ୍ୟ ସଭାରେ ଏହାକୁ ବିରୋଧୀ ଦଳ ବିରୋଧ କରୁଛି। ବୁଧବାର କେନ୍ଦ୍ର ମନ୍ତ୍ରୀମଣ୍ଡଳର ଏହାକୁ ନେଇ ଆଲୋଚନା ହେବାର ଥିଲା। ତେବେ କୌଣସି କାରଣରୁ ଏ ସମ୍ପର୍କରେ ଆଲୋଚନା ବୈଠକରେ ହୋଇ ପରି ନଥିଲା। ସୁପ୍ରିମ କୋର୍ଟର ନିର୍ଦେଶ ମୁତାବିକ୍ ଏଭଳି ଅଧ୍ୟାଦେଶ ଜାରୀ କରାଯାଇଛି। ହେଲେ ରାଜ୍ୟସଭାରେ ଏହା ଲମ୍ବିତ ପ୍ରକ୍ରିୟା ମଧ୍ୟକୁ ଚାଲି ଯାଇଛି। କଂଗ୍ରେସ ଅଧ୍ୟାଦେଶରେ ସାମ୍ୟକ ବଦଳାଇବାକୁ ଦାବୀ କରୁଛନ୍ତି। ଫଳରେ ରାଜ୍ୟସଭାରେ ଏହି ବିଲ୍ ସମର୍ଥନ ହାସଲ କରି ପାରୁନାହିଁ। ଅଧ୍ୟାଦେଶରେ ସେସବୁ ବ୍ୟବସ୍ଥାକୁ ସ୍ଥାନ ଦିଆଯାଇଛି ଯାହା ଲୋକସଭାରେ ସର୍ବ ସମ୍ମତିରେ ଏହା ଅନୁମୋଦିତ ହୋଇଛି।ହେଲେ ରାଜ୍ୟସଭାରେ ଏହାକୁ କଂଗ୍ରେସ ବିରୋଧ କରିବା ସହ ଅଧ୍ୟାଦେଶ ଜାରି ହୋଇ ପାରି ନଥିଲା। ତେବେ ତିନି ତାଲାକ ପ୍ରସଙ୍ଗରେ ବିରୋଧୀଙ୍କ ସମର୍ଥନ ନମିଳିଲେ ଶେଷରେ କେନ୍ଦ୍ର ସରକାର ଏହାକୁ ଅଧ୍ୟାଦେଶ ବଳରେ ପାସ କରିବାକୁ ସ୍ଥିର କରିଛନ୍ତି।