ନିଖୋଜ ମତ୍ସ୍ୟଜୀବୀ ଉଦ୍ଧାର

0

ବ୍ରହ୍ମଗିରି: ଚିଲିକାରେ ନିଖୋଜ ଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ କାଳବୈଶାଖୀ ଯୋଗୁଁ ମାଉ ଧରିବାକୁ ଯାଇଥିବା ଏହି ମତ୍ସ୍ୟଜୀବୀ ନିଖୋଜ ହୋଇ ଯାଇଥିଲେ । ଖବର ପାଇ ବ୍ରହ୍ମଗିରିରୁ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିବା ପୂର୍ବରୁ ସ୍ଥାନୀୟ ଅନ୍ୟ ମତ୍ସ୍ୟଜୀବୀମାନେ ସେମାନଙ୍କୁ ଖୋଜି ବାହାର କରିଥିଲେ । ନିଖୋଜ ପରେ ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀ ଶିବ ବେହେରା, ସଚିନ ବେହେରା, ସିଲୁ ବେହେରା । ସେହିପରି ୭ ନମ୍ବର କୁଦାରେ ଥିବା ଅନ୍ୟ  ମତ୍ସଜୀବୀ ଆହତ ହୋଇଥିବା ଜଣାପଡିଛି । ସେମାନେ ହେଲେ ନୃସିଂହ ବେହେରା, ପୂର୍ଣ୍ଣଚନ୍ଦ ବେହେରା ଓ ବଳରାମ ବେହେରା । ଏାମ​‌ନେ ସମସ୍ତେ କଣାସ ବ୍ଲକ କଉଡ଼ିଖଣି ଗାଁର ବୋଲି ଜଣାପଡ଼ିଛି । ଜୀବିକା ନର୍ବାହ ପାଇଁ ସେଠାରେ ପ୍ରାୟ ୩୦୦ ମତ୍ସ୍ୟଜୀବୀ ରହୁନ୍ତି ।

Leave A Reply