ରାଜସ୍ଥାନରେ ଝଡ଼ ତୋଫାନ ଓ ବର୍ଷାରୁ ୧୦ ମୃତ, ୨୫ ଆହତ

0

ନୂଆଦିଲ୍ଲୀ : ଉତ୍ତର ଭାରତରେ ବୁଧବାର ପାଣିପାଗରେ ଅଚାନକ ପରିବର୍ତ୍ତନ ସହ ପ୍ରବଳ ବର୍ଷା ଓ ଝଡ଼ ତୋଫାନରୁ ଅଦ୍ଭୁତପୂର୍ବ କ୍ଷତି ଘଟିଛି। ଏ କ୍ରମରେ ରାଜସ୍ଥାନରେ ପ୍ରବଳ ବର୍ଷା ଓ ଝଡ଼ ତୋଫାନରେ ୧୦ ଜଣ ପ୍ରାଣ ହରାଇଛନ୍ତି ଓ ୨୫ ଜଣ ଆହତ ହୋଇଛନ୍ତି । କେତେକ ସ୍ଥାନରେ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି । ବର୍ଷା ଓ ଝଡ଼ ତୋଫାନରୁ ବହୁ ପରିମାଣର ଫସଲ ନଷ୍ଟ ହୋଇଛି । ଉତ୍ତରାଖଣ୍ଡ ଚମୋଲିଠାରେ ବାଦଲ ଫଟା ବର୍ଷାରୁ ପ୍ରବଳ ମାତ୍ରାରେ କ୍ଷତି ଘଟିଛି । ଏଥିରେ କାହାର ମୃତାହତ ହେବାର ସୂଚନା ମିଳିନାହିଁ । ଉଲ୍ଲେଖ ଯେ ଉତ୍ତର ଭାରତରେ ବୁଧବାର ସନ୍ଧ୍ୟାରେ ହଠାତ୍‌ ପାଣିପାଗରେ ପରିବର୍ତ୍ତନ ଘଟିଥିଲା । ଝଡ଼ ତୋଫାନ ସହ ପ୍ରବଳ ବର୍ଷା ହୋଇଥିଲା। ଦିଲ୍ଲୀ-ଏନ୍‌ସିଆର, ଉତ୍ତର ପ୍ରଦେଶ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ହରିୟାଣାରେ ଝଡ଼ ସହ ପ୍ରବଳ ବର୍ଷା ହୋଇଛି । ରାଜସ୍ଥାନରେ ଧୂଳିପୂର୍ଣ୍ଣ ଝଡ଼ କାରଣରୁ ସଡ଼କରେ ଦୁର୍ଘଟଣା ଘଟି ଅନେକ ଲୋକ ପ୍ରାଣ ହରାଇଛନ୍ତି । କେତେକ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଲୱର, ଧୋଲପୁର, ଭରତପୁରରେ ଝଡ଼ ଓ ତୋଫାନ ବର୍ଷରୁ ବିଶେଷ କ୍ଷତି ଘଟିଛି । ଧୂଳିଝଡ଼ରୁ ଭରତପୁରରେ ଦୁର୍ଘଟଣା ଘଟି ୬ ଲୋକ ପ୍ରାଣ ହରାଇଛନ୍ତି ଓ ୨୫ ଜଣ ଆହତ ହୋଇଛନ୍ତି ।

Leave A Reply