ପଶ୍ଚିମବଙ୍ଗ ଓ ଆନ୍ଧ୍ରରେ ବଜ୍ରପାତରେ ୨୨ ମୃତ

0

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ବୁଧବାର ବଜ୍ରପାତରେ ୨୨ ଜଣ ପ୍ରାଣ ହରାଇଛନ୍ତି ଓ ଅନେକ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଜାଭେଦ ଖାନଙ୍କ ସୂଚନା ଅନୁସାରେ ବଜ୍ରପାତରେ ନଦିଆ ଜିଲାର କାଳିଗଂଜରେ ୩ ଜଣ, ୨୪ ପ୍ରରଗଣା ଜିଲାର ଦେଗଙ୍ଗାରେ ଜଣେ, ଉତ୍ତର ଦିଞ୍ଜାପୁର ଜିଲା କୁମାରଗଂଜରେ ଜଣେ ଏବଂ ମୁର୍ଶିଦାବାଦ ଦୋମକାଳରେ ଜଣେ ପ୍ରାଣ ହରାଇଛନ୍ତି । ଏହାବାଦ୍‌ ୨ ଜଣ ଲୋକଙ୍କ କାନ୍ଥ ପଡ଼ି ମୃତ୍ୟୁ ଘଟିଛି । ପ୍ରବଳ ବର୍ଷାରୁ ଅନେକ ସ୍ଥାନରେ ଲୋକ ଆହତ ହୋଇଛନ୍ତି । ଖରାପ ପାଣିପାଗ ଯୋଗୁଁ ଦିଲ୍ଲୀ ଯିବାକୁ ଥିବା ଅନେକ ୧୫ ବିମାନକୁ ବାତିଲ କରାଯାଇଛି । କେତେକ ସ୍ଥାନରେ ଘର ଭାଙ୍ଗିଯାଇଛି, ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ଉପୁଡ଼ି ପଡ଼ିଛି । ଆନ୍ଧ୍ରପ୍ରଦେଶରେ ମଙ୍ଗଳବାର ବିଳମ୍ବିତ ରାତିରୁ ବୁଧବାର ମଧ୍ୟରେ ବଜ୍ରପାତରେ ୧୪ ଜଣ ପ୍ରାଣ ହରାଇଛନ୍ତି । କେବଳ ଆନ୍ଧ୍ରରେ ୪୧,୦୨୫ଟି ବଜ୍ରପାତ ଘଟିଥିବା ଆନ୍ଧ୍ର ବିପର୍ଯ୍ୟୟ ପରିଚାଳନା ବିଭାଗ ବୁଧବାର ସୂଚନା ଦେଇଛି। ବଜ୍ରପାତରେ ଗୁଣ୍ଟୁର ଜିଲାରେ ୬ ଜଣ, ପଶ୍ଚମ ଗୋଦାବରୀରେ ୨, ବିଶାଖପାଟଣା ଏବଂ ପୂର୍ବ ଗୋଦାବରୀ ଜିଲାରେ ଜଣେ ଲେଖଏଁ ପ୍ରାଣ ହରାଇଛନ୍ତି ।

Leave A Reply