୭୩ଟି ରାତ୍ରିକାଳୀନ ଟ୍ରେନ୍‌ ଚଳାଚଳ ବନ୍ଦ ନିଷ୍ପତ୍ତି

0

ନୂଆଦିଲ୍ଲୀ : ମାନବବିହୀନ ରେଳ କ୍ରସିଂରେ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିକ୍ରମେ ମିଟରଗଜ୍‌ ନେଟ୍‌ୱର୍କରେ ୭୩ଟି ରାତ୍ରିକାଳୀନ ଟ୍ରେନ୍‌ର ଚଳାଚଳ ବନ୍ଦ କରିବାକୁ ରେଳବାଇ କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି। ଉତ୍ତରପ୍ରଦେଶର କୁଶିନଗରସ୍ଥିତ ଏକ ମାନବବିହୀନ ରେଳକ୍ରସିଂଠାରେ ଏପ୍ରିଲ ୨୬ରେ ଟ୍ରେନ୍‌- ସ୍କୁଲ ଭ୍ୟାନ୍‌ ଦୁର୍ଘଟଣାରେ ୧୩ ଜଣ ଶିଶୁ ପ୍ରାଣ ହରାଇବା ଘଟଣା ପରେ ରେଳବାଇ ପକ୍ଷରୁ ସୁରକ୍ଷାମୂଳକ ଭାବେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର ୧୦୦୦ କିଲୋମିଟର ମିଟରଗଜ୍‌ ରେଳ ନେଟୱର୍କରେ ୧୧୩୫ଟି ମାନବବିହୀନ ରେଳକ୍ରସିଂ ଥିବା ଜଣାପଡିଛି।

Leave A Reply