ନାବାଳିକାକୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ବରିଷ୍ଠ ବୈଜ୍ଞାନିକ ଗିରଫ

0

ଆଗ୍ରା : ନାବାଳିକାକୁ ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କୁ ଅତ୍ୟନ୍ତ କଠୋର ଦଣ୍ଡରେ ଦଣ୍ଡିତ କରିବା ଲାଗି କେନ୍ଦ୍ର ସରକାରଙ୍କ ପଦକ୍ଷେପ ଏଭଳି ଅପରାଧ ଘଟାଉଥିବା ଲୋକଙ୍କ ମନରେ ଭୟ ସଞ୍ଚାର କରିପାରି ନ ଥିବା ପ୍ରତୀତ ହେଉଛି। ଉତ୍ତରପ୍ରଦେଶର ଜଣେ ବରିଷ୍ଠ ବୈଜ୍ଞାନିକ ବିଷ୍ଣୁ ଦତ୍ତ ଶର୍ମା ଏକ ନାବାଳିକାକୁ ବଳାତ୍କାର ଉଦ୍ୟମ କରି ଗିରଫ ହୋଇଛନ୍ତି। ୬ ବର୍ଷ ବୟସ୍କ ଏହି ନାବାଳିକା ଜଣକ ଅଭିଯୁକ୍ତ ବୈଜ୍ଞାନିକଙ୍କ ସହଯୋଗୀ ତଥା ଜଣେ କନିଷ୍ଠ ବୈଜ୍ଞାନିକଙ୍କର ଝିଅ। ମଙ୍ଗଳବାର ଘଟଣା ବିଷୟରେ ଅଭିଯୋଗ ପାଇବା ପରେ ତାଜଗଞ୍ଜ ପୁଲିସ ଶର୍ମାଙ୍କ ବିରୋଧରେ ପୋକ୍‌ସୋ ଆଇନ ଅଧୀନରେ ମାମଲା ରୁଜୁ କରିଛି। ୬୫ ବର୍ଷ ବୟସ୍କ ଶର୍ମା ଆଗ୍ରାସ୍ଥିତ କୁଷ୍ଠରୋଗ ଏବଂ ଅନ୍ୟାନ୍ୟ ମାଇକ୍ରୋବାକ୍ଟେରିଆଲ ରୋଗ ସମ୍ବନ୍ଧୀୟ ଜାତୀୟ ଜଲମା ପ୍ରତିଷ୍ଠାନର ବୈଜ୍ଞାନିକ।

Leave A Reply