ଲାଞ୍ଚ ଅଭିଯୋଗରେ ସୀମା ଶୁଳ୍କ ବିଭାଗର ୪ ଉପ ଆୟୁକ୍ତ ଗିରଫ

0

ମୁମ୍ବଇ : ଲାଞ୍ଚ ନେବା ଅଭିଯୋଗରେ ସିବିଆଇ ମୁମ୍ବଇସ୍ଥିତ ସୀମା ଶୁଳ୍କ ଓ କେନ୍ଦ୍ରୀୟ ଅବକାରୀ ବିଭାଗର ୪ଜଣ ଉପ ଆୟୁକ୍ତ (ଡେପୁଟି କମିଶନର) ଓ ଜଣେ କମିଶନରଙ୍କୁ ଗିରଫ କରିଛି। ମଙ୍ଗଳବାର ଗିରଫ ହୋଇଥିବା ଡେପୁଟି କମିଶନରମାନେ ହେଲେ ମୁକେଶ ମୀନା, ରାଜୀବ କୁମାର, ସୁଦର୍ଶନ ମୀନା ଓ ସନ୍ଦୀପ ଯାଦବ। ଗିରଫ କମିଶନର ଜଣଙ୍କ ହେଲେ ମନୀଷ ସିଂହ। ସିବିଆଇର ଅଭିଯୋଗ ଅନୁଯାୟୀ ଏହି ଆଇଆରଏସ୍‌ ଅଫିସରମାନେ ପ୍ରାୟ ୫୦ଲକ୍ଷ ଟଙ୍କା ଲାଞ୍ଚ କାରବାରରେ ସମ୍ପୃକ୍ତ।

Leave A Reply