ମଧ୍ୟପ୍ରଦେଶରେ କର୍ଣ୍ଣାଟକ ଭଳି ପରିସ୍ଥିତି ଏଡାଇବାକୁ କମଲନାଥଙ୍କ ପ୍ରୟାସ

ଭୋପାଳ : କର୍ଣ୍ଣାଟକରେ ଦେଖାଯାଇଥିବା ରାଜନୈତିକ ସଙ୍କଟକୁ ଦେଖି କମଲନାଥଙ୍କ ନେତୃତ୍ବ ମଧ୍ୟପ୍ରଦେଶର କଂଗ୍ରେସ ସରକାର ଆଶଙ୍କାରେ ରହିଛନ୍ତି। କର୍ଣ୍ଣାଟକ ଭଳି ପରିସ୍ଥିତି ଏଡାଇବାକୁ କମଲନାଥ କେତେକ ଆଗୁଆ ପଦକ୍ଷେପ ନେଇଛନ୍ତି। ସରକାରକୁ ସମର୍ଥନ କରୁଥିବା ଦଳୀୟ ବିଧାୟକଙ୍କ ସହିତ ସ୍ବାଧୀନ, ଏସପି ଓ ବିଏସପି ବିଧାୟକଙ୍କୁ ଏକାଠି ରଖିବାକୁ ମୁଖ୍ୟମନ୍ତ୍ରୀ ପ୍ରୟାସ କରିଛନ୍ତି। ଜି-ନ୍ୟୁଜର ରିପୋର୍ଟ ଅନୁଯାୟୀ କମଲନାଥ ତାଙ୍କର ବିଧାୟକମାନଙ୍କୁ ଭୋପାଳ ଛାଡି ନ ଯିବାକୁ କହିଛନ୍ତି। ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ରାଜଧାନୀ ଭେପାଳ ଛାଡି ନଯିବାକୁ ବିଧାୟକମାନଙ୍କୁ କମଳନାଥ କହିଛନ୍ତି। ଜି-ନ୍ୟୁଜ ସହ କଥାବାର୍ତ୍ତା କାଳରେ ପିଡବ୍ଲ୍ୟୁଡି ମନ୍ତ୍ରୀ ସଜ୍ଜନ ସିଂହ ବର୍ମା କହିଛନ୍ତି ଯେ ବିଧାନସଭାରେ କାର୍ଯ୍ୟ ସମୟରେ ବିଧାୟକମାନେ ଉପସ୍ଥିତ ରହିବା ଜରୁରୀ। ନୂଆ ବିଧାୟକମାନେ ଗୃହରେ ଉପସ୍ଥିତ ରହି କାର୍ଯ୍ୟଧାରା ସମ୍ପର୍କରେ ଜାଣିବାର ଏକ ସୁଯୋଗ। ଏହା ସହିତ ବରିଷ୍ଠ ବିଧାୟକମାନଙ୍କ ଠାରୁ ସେମାନେ କିଛି ଶିଖିବା ଦରକାର।

prayash

ଅନ୍ୟପଟେ ମଧ୍ୟପ୍ରଦେଶ ବିଜେପି ମଧ୍ୟ ଏହାର ବିଧାୟକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ କର୍ଣ୍ଣାଟକ ଭଳି ପରିସ୍ଥିତି ମଧ୍ୟପ୍ରଦେଶରେ ଉପୁଜିବାର ଆଶଙ୍କା ଏଡାଯାଇପାରିବ ନାହିଁ। ସୋମବାର ହୋଇଥିବା ବିଜେପି ବିଧାୟକ ଦଳ ବୈଠକରେ ମୌସୁମୀ ଅଧିବେଶନରେ କଂଗ୍ରେସ ସରକାରକୁ ଘେରିବା ଲାଗି ରଣନୀତି ପ୍ରସ୍ତୁତ କରାଯାଇଥିଲା। ବିଧାନସଭାର ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ କହିଛନ୍ତି ଯେ କର୍ଣ୍ଣାଟକ ଭଳି ରାଜ୍ୟ କଂଗ୍ରେସର ଭାଗ୍ୟକୁ ଏଡାଯାଇପାରିବ ନାହିଁ। ତେବେ ବିଜେପି ଏହି ସରକାରକୁ ଭାଙ୍ଗିବ ନାହିଁ; ସରକାର ଆପେ ଆପେ ଭାଙ୍ଗିଯିବ ବୋଲି ସେ କହିଛନ୍ତି। କମଲନାଥଙ୍କ ୭ମାସର ସରକାର ସଂଖ୍ୟା ଗରିଷ୍ଠତା ଠାରୁ ମାତ୍ର ଅଳ୍ପ ଆଗରେ ରହିଛି। ରାଜ୍ୟର ୨୩୧ ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ପାଖରେ ୧୧୪ ବିଧାୟକ ଅଛନ୍ତି। ସଂଖ୍ୟା ଗରିଷ୍ଠତା ପାଇଁ ୧୨୧ ସଦସ୍ୟ ଆବଶ୍ୟକ ଥିବାବେଳେ ବିଏସପିର ୨, ଏସପି ୧ ଓ ସ୍ବାଧୀନ ୪ ବିଧାୟକ ସରକାରକୁ ସମର୍ଥନ କରୁଛନ୍ତି। ଅନ୍ୟପଟେ ବିରୋଧୀ ବିଜେପିର ୧୦୮ ବିଧାୟକ ଅଛନ୍ତି। ବିଧାନସଭାର ଗୋଟିଏ ଆସନ ଖାଲି ପଡିଥିବାବେଳେ ଜଣେ ମନୋନୀତ ସଦସ୍ୟ ଅଛନ୍ତି। ଏପରିସ୍ଥିତିରେ ସରକାର ଆଶଙ୍କାରେ ରହିବା ସ୍ବାଭାବିକ।

kalyan agarbati

Comments are closed.