ସଂସଦରେ ରାହୁଲଙ୍କ ପାଇଁ ଆଗଧାଡ଼ିର ଆସନ ଦାବିକୁ କଂଗ୍ରେସର ଅସ୍ବୀକାର

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ବିଫଳତା ପରେ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିଥିବା ରାହୁଲ ଗାନ୍ଧିଙ୍କ ପାଇଁ ଦଳ ପକ୍ଷରୁ ଲୋକସଭାରେ ଆଗଧାଡିର ଆସନ ଦାବି କରାଯାଉଥିବା ଖବରକୁ କଂଗ୍ରେସ ଅସ୍ବୀକାର କରିଛି। ଏହି ଖବରରେ କୌଣସି ସତ୍ୟତା ନ ଥିବା କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ସ୍ପଷ୍ଟ କରିଛନ୍ତି। ରାହୁଲ କିମ୍ବା କଂଗ୍ରେସ ପକ୍ଷରୁ ଏଭଳି କୌଣସି ଦାବି ଉଠାଯାଇ ନ ଥିବା ସେ ଟ୍ବିଟ କରିଛନ୍ତି। ରାହୁଲଙ୍କ ପାଇଁ ୪୬୬ ନମ୍ବର ଆସନ ଦାବି କରାଯାଇଥିବା ଏଥିରେ ସେ ଉଲ୍ଲେଖ କରିଛନ୍ତି। ରାହୁଲଙ୍କ ପାଇଁ ଲୋକସଭାର ଆଗଧାଡିରେ ଅତିରିକ୍ତ ଅାସନ ଦାବି କରାଯାଇଥିବା ବେଳେ ସରକାର ଏଥିନେଇ ମନା କରିଥିବା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଥିଲା।

prayash

ଉଲ୍ଲେଖ ଯେ ସଂସଦର ଉଭୟ ଗୃହର ସଦସ୍ୟ ସଂଖ୍ୟାକୁ ଦୃଷ୍ଟିରେ ରଖି ଆସନ ଆବଣ୍ଟନ କରାଯାଇଥାଏ। ଲୋକସଭାର ମୋଟ ସଦସ୍ୟ ସଂଖ୍ୟା ଅନୁସାରେ କଂଗ୍ରେସକୁ ବିରୋଧୀ ବେଞ୍ଚର ୨ଟି ଆଗ ଧାଡିର ଆସନ ଆବଣ୍ଟନ କରାଯାଇଛି। ଡିଏମକେକୁ ମଧ୍ୟ ଗୋଟିଏ ଆସନ ଦିଆଯାଇଛି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଚୌଧୁରୀ ଏବଂ ଡିଏମକେର ଟିଆର ବାଲୁଙ୍କୁ ଆଗଧାଡିର ଆସନ ପ୍ରଦାନ କରାଯାଇଛି। ୧୬ତମ ଲୋକସଭାରେ ମଧ୍ୟ କଂଗ୍ରେସକୁ ଆଗଧାଡିର ଦୁଇଟି ଆସନ ପ୍ରଦାନ କରାଯାଇଥିଲା। ଏହା ସୋନିଆ ଏବଂ ତତ୍‌ସମୟର ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ଦିଆଯାଇଥିଲା। ଖଡଗେ ୨୦୧୯ ନିର୍ବାଚନ ହାରିବା ପରେ ଚୌଧୁରୀଙ୍କୁ ଏହି ଆସନ ମିଳିଛି।

kalyan agarbati

Comments are closed.