ବିଶ୍ବବିଦ୍ୟାଳୟରେ ‘ଆରଏସ୍‌ଏସ୍‌’ ସମ୍ପର୍କିତ ପାଠ୍ୟକ୍ରମ ନେଇ ତୀବ୍ର ପ୍ରତିକ୍ରିୟା

ନାଗପୁର : ‘ରାଷ୍ଟ୍ର ନିର୍ମାଣରେ ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ’ର ଭୂମିକା ଯାହା ଥାଉନା କାହିଁକି, ଏହା ଏବେ ପାଠ୍ୟପୁସ୍ତକର ବିଷୟବସ୍ତୁ। ନାଗପୁର ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମରେ ଏହାର ପ୍ରବର୍ତ୍ତନ​ ‌ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

prayash

ନାଗପୁର ସହରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ (ଆରଏସ୍‌ଏସ୍‌)ର ମୁଖ୍ୟାଳୟ ରହିଛି। ସେଥିପାଇଁ ଆରଏସ୍‌ଏସ୍‌ ଗଠନ ଓ ଏହାର ବିକାଶ ସହିତ ସ୍ବାଧୀନତା ସଂଗ୍ରାମ ସମ୍ପର୍କରେ ପାଠ୍ୟକ୍ରମ ପ୍ରଚଳନ କରାଯାଇଛି। ଏଥିରୁ ‘ରାଇଜ୍‌ ଆଣ୍ଡ ​ଗ୍ରୋଥ୍‌ ଅଫ କମ୍ୟୁନାଲିଜିମ୍‌’ ବା ସାମ୍ପ୍ରଦାୟିକବାଦର ଉନ୍ମେଷ ଓ ବିକାଶ ତଥା ହିନ୍ଦୁ ମହାସଭା ଓ ମୁସଲିମ୍‌ ଲିଗ୍‌ ସମ୍ପର୍କିତ ଅଧ୍ୟାୟକୁ ବାଦ୍‌ ଦିଆଯାଇଛି। ଛାତ୍ର କଂଗ୍ରେସ (ନ୍ୟାସନାଲ ଷ୍ଟୁଡେଣ୍ଟସ୍‌ ୟୁନିୟନ ଅଫ ଇଣ୍ଡିଆ) ପକ୍ଷରୁ ଏହାର ପ୍ରତିବାଦରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ମଙ୍ଗଳବାର ଦାବିପତ୍ର ପ୍ରଦାନ କରାଯାଇଛି। ତୁରନ୍ତ ଏହି ବିଷୟକୁ ପାଠ୍ୟକ୍ରମରୁ ବାଦ୍‌ ଦିଆ ନ ଗଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦିଆଯଇଛି। ବିଶ୍ବବିଦ୍ୟାଳୟ କୁଳପତିଙ୍କ କହିବାନୁଯାୟୀ, ୨୦୦୩ରୁ ଆରଏସ୍‌ଏସ୍‌ ସମ୍ପର୍କିତ ବିଷୟ ସ୍ନାତକୋତ୍ତର ଶ୍ରେଣୀ ପାଠ୍ୟକ୍ରମରେ ସନ୍ନିବେଶିତ ରହିଛି। ଚଳିତ ବର୍ଷ ଏହାକୁ ସ୍ନାତକ ଶ୍ରେଣୀ ଇତିହାସ ପାଠ୍ୟକ୍ରମରେ ସାମିଲ କରାଯାଇଛି। କେବଳ ୧୮୮୫ରୁ ୧୯୪୭ ମଧ୍ୟରେ ଅାରଏସ୍‌ଏସ୍‌ର ଭୂମିକା ଏଥିରେ ଉଲ୍ଲେଖ ରହିଛି; ତେବେ କେତେକ ଅଧ୍ୟାୟ ବାଦ୍‌ ଦିଆଯିବାକୁ ସେ ସ୍ବୀକାର କରିଛନ୍ତି।

kalyan agarbati

Comments are closed.