ଆଧାର ବିନା ମିଳିବ ନୂଆ ମୋବାଇଲ ସଂଯୋଗ ଓ ବ୍ୟାଙ୍କ ଖାତା
ନୂଆଦିଲ୍ଲୀ : ଆଧାର ଓ ଅନ୍ୟ ଆଇନ ସଂଶୋଧନ ବିଧେୟକ ୨୦୧୯ ସୋମବାର ରାଜ୍ୟସଭାରେ ଗୃହୀତ ହୋଇଛି। ଏହି ବିଧେୟକ ଜୁନ୍ ୨୪ରେ ଲୋକସଭାରେ ଗୃହୀତ ହୋଇଥିଲା। ନୂଆ ବିଧେୟକ ୨୦୧୯ ମାର୍ଚ୍ଚ ୨ରେ ଜାରି ଅଧ୍ୟାଦେଶର ସ୍ଥାନ ନେବ। ଏହି ବିଧେୟକ ଦ୍ବାରା ସାଧାରଣ ଲୋକେ ଆଧାର କାର୍ଡ ବିନା ନୂଆ ମୋବାଇଲ ସଂଯୋଗ ଓ ବ୍ୟାଙ୍କ ଆକାଉଣ୍ଟ (ଖାତା) ଖୋଲିପାରିବେ।
ରାଜ୍ୟସଭାରେ ବିଧେୟକ ଉପରେ ହୋଇଥିବା ଆଲୋଚନାରେ ଭାଗ ନେଇ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ବିଲ୍ ଗେଟସ୍ ଓ ଥମାସ ଫ୍ରାଏଡମ୍ୟାନଙ୍କ ଭଳି ଲୋକ ଆଧାରକୁ ପ୍ରଶଂସା କରିଛନ୍ତି। ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ସରକାର ଆଧାର ନକ୍ସାରେ କୌଣସି ପରିବର୍ତ୍ତନ କରିବେ ନାହିଁ; ବରଂ ଆଧାର ଆଇନରେ ପରିବର୍ତ୍ତନକୁ ଗୁରୁତ୍ବ ଦେଉଛନ୍ତି। ଆଧାର ତଥ୍ୟ ଗୋପନୀୟ ରଖିବା ପାଇଁ ସରକାର ଏକ ସମନ୍ବିତ ଆଇନ ଆଣିବେ। ଆଧାର ତଥ୍ୟକୁ କୌଣସି ପ୍ରକାରେ ପ୍ରଘଟ ନହେବା ଉପରେ ଗୁରୁତ୍ବ ଦିଆଯାଉଛି। ତଥ୍ୟ ସୁରକ୍ଷାରେ କୌଣସି ପ୍ରକାରେ ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ ପ୍ରସାଦ ରାଜ୍ୟସଭାରେ କହିଛନ୍ତି। ନୂଆ ଆଧାର ଆଇନ ଦ୍ବାରା କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ବ୍ୟକ୍ତିର ଆଧାର ନମ୍ବର ଓ ଅନ୍ୟା ବାୟୋମେଟ୍ରିକ ତଥ୍ୟକୁ ଯାଞ୍ଚ କରିପାରିବେ। ଏହା ସହିତ ଅଫ୍ଲାଇନରେ ମଧ୍ୟ ଆଧାର ତଥ୍ୟ ଯାଞ୍ଚ କରାଯାଇପାରିବ।
Comments are closed.