www.samajalive.in
Sunday, December 7, 2025
26.1 C
Bhubaneswar

ମାନସରୋବର ଯାତ୍ରା: ଅମ୍ଳଜାନସ୍ତର କମିବାରୁ ୭ ତୀର୍ଥଯାତ୍ରୀ ମୃତ

ନୂଆଦିଲ୍ଲୀ : କେରୁଙ୍ଗ ସୀମା ପଥ ଦେଇ କୈଳାସ ମାନସରୋବର ଯାତ୍ରା କରୁଥିବା ୭ ତୀର୍ଥଯାତ୍ରୀଙ୍କ ଅମ୍ଳଜାନସ୍ତର କମିବା କାରଣରୁ ମୃତ୍ୟୁ ଘଟିଛି। ହୁମ୍ଲାର ଉପଜିଲାପାଳ କହିଛନ୍ତି ଯେ ମୃତ ତୀର୍ଥଯାତ୍ରୀଙ୍କ ଶବକୁ ସେମାନଙ୍କ ପୈତୃକ ନିବାସକୁ ପଠାଇ ଦିଆଯାଇଛି।

ହୁମ୍ଲା ଇନ୍ସପେକ୍ଟର ହରିହର ଖଡ଼କାଙ୍କ କହିବା ଅନୁସାରେ ସୁମିତ୍ରା ରେଡ୍ଡୀ ଓ ଅନ୍ୟ ୬ ଦକ୍ଷିଣ ଭାରତୀୟ ତୀର୍ଥଯାତ୍ରୀ ହିଲ୍ସା କେରୁଙ୍ଗ ସୀମା ପଥ ଦେଇ ମାନସରୋବର ଯାତ୍ରାରେ ଯାଇଥିଲେ। ଏହି ଯାତ୍ରା ମାସେ ହେଲା ଚାଲୁ ରହିଛି। ବାଟରେ ତିବବତର ଭିନ୍ନ ଭିନ୍ନ ସ୍ଥାନରେ ଅମ୍ଳଜାନସ୍ତର କମିଯିବାରୁ ୭ ଜଣ ଯାକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଚୀନରେ ଶବ ବ୍ୟବଚ୍ଛେଦ ହୋଇଛି। ମୃତ ତୀର୍ଥଯାତ୍ରୀଙ୍କ ଶବ ହିଲ୍ସା-ସିମିକୋଟ ଦେଇ ନେପାଳଗଂଜ ଅଣାଯାଇଥିଲା। ଏହାପରେ ଶବଗୁଡ଼ିକୁ ସେମାନଙ୍କ ନିବାସସ୍ଥଳକୁ ପଠାଇ ଦିଆଯାଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories