www.samajalive.in
Sunday, December 7, 2025
26.1 C
Bhubaneswar

କୋପା ଆମେରିକା ଫୁଟ୍‌ବଲ; ଚିଲିକୁ ହରାଇ ଆର୍ଜେଣ୍ଟିନାକୁ ୩ୟ ସ୍ଥାନ

ସାଓ ପାଓଲୋ (ବ୍ରାଜିଲ୍‌) : ଚଳିତବର୍ଷର କୋପା ଆମେରିକା ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ​‌େ​‌ର ୩ୟ ସ୍ଥାନ ଅର୍ଜନ କରିଛି ଆର୍ଜେଣ୍ଟିନା। ଶନିବାର ରାତିରେ ଖେଳା ଯାଇଥିବା ଏକ ଉତ୍ତେଜନାମୂଳକ ଓ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଗତ ୨ ଥରର ଚମ୍ପିଆନ୍ ଚିଲିକୁ ୨-୧ ଗୋଲ୍‌ରେ ଆର୍ଜେଣ୍ଟିନା ପରାସ୍ତ କରିଛି।

ସୂଚନାଯୋଗ୍ୟ; ୨୦୧୫ ଓ ୨୦୧୬ କୋପା ଆମେରିକା ଫାଇନାଲରେ ଆର୍ଜେଣ୍ଟିନାକୁ ପରାସ୍ତକରି ଚିଲି ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଥିଲା। ଉଭୟ ଥର ପେନାଲ୍‌ଟି ସୁଟ୍‌ଆଉଟରେ ଚିଲି ବିଜୟୀ ହୋଇଥିଲା। ତେବେ ୩ୟ ସ୍ଥାନ ପାଇଁ ମ୍ୟାଚ୍‌ରେ ବିଜୟୀହୋଇ ଆର୍ଜେଣ୍ଟିନା ଗତ ୨ଟି ଫାଇନାଲରେ ପରାଜୟର ପ୍ରତିଶୋଧ ନେଇପାରିଛି। ଉଲ୍ଲେଖଯୋଗ୍ୟ; ସେମିଫାଇନାଲରେ ଅପ୍ରତ୍ୟାଶିତ ଭାବେ ୩-୦ ଗୋଲ୍‌ରେ ଚିଲିକୁ ପରାସ୍ତକରି ପେରୁ ଫାଇନାଲରେ ପ୍ରବେଶ କରିଛି। ରବିବାର ବ୍ରାଜିଲ ଓ ପେରୁ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ।

- Advertisement -

ଏହି ମ୍ୟାଚ୍‌ରେ ତାରକା ଖେଳାଳି ତଥା ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ରେଫେରୀଙ୍କ ସହ ଯୁକ୍ତିତର୍କ କରିବା ଯୋଗୁଁ ତାଙ୍କୁ ରେଡ୍‌କାର୍ଡ ମିଳିଥିଲା। ପରେ ବ୍ରୋଞ୍ଜ୍ ପଦକ ଗ୍ରହଣ କରିବାକୁ ମଧ୍ୟ ମେସି ଆସିନଥିଲେ। ତଥାପି ଏହି ମ୍ୟାଚ୍‌ରେ ଆର୍ଜେଣ୍ଟିନାର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ପ୍ରଥମାର୍ଦ୍ଧରେ ୨ଟି ଗୋଲ୍‌ ଦେଇ ଆର୍ଜେଣ୍ଟିନା ଆଗୁଆ ହୋଇ ଯାଇଥିଲା। ୧୨ ମିନିଟରେ ଲିଓନେଲ ମେସି ମାରିଥିବା ଫ୍ରିକିକ୍‌ରୁ ବଲ୍‌ ପାଇ ଆର୍ଜେଣ୍ଟିନାର ମିଡ୍‌ଫିଲ୍‌ଡର ସର୍ଜିଓ ଆଗ୍ୟୁରୋ ଗୋଲ୍‌ ସ୍କୋର୍ କରିଥିଲେ। ୨୧ ମିନିଟରେ ୨ୟ ଗୋଲ୍‌ ସ୍କୋର କରିଥିଲା ଆର୍ଜେଣ୍ଟିନା। ପାଓଲୋ ଡିବାଲା ଏହି ଗୋଲ୍‌ଟି ସ୍କୋର୍ କରିଥିଲେ। ପ୍ରଥମାର୍ଦ୍ଧରେ ୨ଟି ଗୋଲ୍‌ରେ ପଛୁଆ ରହିବା ପରେ ୫୯ ମିନିଟରେ ଭିଏଆର୍ ଦେଖି ରେଫେରୀ ଚିଲିକୁ ଏକ ପେନାଲ୍‌ଟି ଦେଇଥିଲେ। ଏଥିରୁ ତାରକା ଖେଳାଳି ଆର୍ଟ୍ୟୁରୋ ଭିଡାଲ୍‌ ଗୋଲ୍‌ ସ୍କୋର୍ କରିଥିଲେ। ଏହାସହ ଲିଓନେଲ ମେସିଙ୍କ ପାଇଁ ଚଳିତ କୋପା ଆମେରିକା ନୈରାଜ୍ୟଜନକ ପ୍ରମାଣିତ ହୋଇଛି। ୨୦୦୮ ବେଜିଂ ଅଲିମ୍ପିକ୍‌ସରେ ଆର୍ଜେଣ୍ଟିନା ୨୩ ବର୍ଷରୁ କମ୍ ଦଳ ପାଇଁ ମେସି ସ୍ବର୍ଣ୍ଣପଦକ ଜିତିଥିଲେ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories