ଶ୍ରୀନଗର ଯାଉଥିବା ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ନୂଆଦିଲ୍ଲୀ: ଶ୍ରୀ ନଗର ଯାଉଥିବା ଏକ ବିମାନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ଏହାନ ଇଞ୍ଜିନର ଯନ୍ତ୍ରାଶଂରେ ତ୍ରୁଟି ଦେଖା ଦେବାରୁ ଏହା ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି । ଜରୁରୀ ଅବତରଣ ସମୟରେ ଏଥିରେ ୧୮୦ ଜଣ ଯାତ୍ରୀ ବସିଥିଲେ ।
ସକାଳ ୧୦ଟା ୧୫ ସମୟରେ ଏହି ବିମାନଟି ଉଡାଣ ଭରି ଥିଲା । ମାତ୍ର ୧୦ଟା ୫୫ ସମୟରେ ଏହା ଜରୁରୀ କାଳିନ ଅବତରଣ କରିଥିଲା । ଏହାର ଇଞ୍ଜିନରେ ତ୍ରୁଟି ବିଷୟରେ ଜଣା ପଡିବା ପରେ ଅନ୍ୟ ଏକ ବିମାନରେ ଯାତ୍ରୀମାନଙ୍କୁ ଶ୍ରୀ ନଗର ପଠାଯାଇଥିଲା ।