www.samajalive.in
Tuesday, December 9, 2025
26.1 C
Bhubaneswar

ହାଲୱା ସମାରୋହରୁ ଆରମ୍ଭ ହେଲା ୨୦୧୯-୨୦ ସାଧାରଣ ବଜେଟର ମୁଦ୍ରଣ ପ୍ରକ୍ରିୟା

ନୂଆଦିଲ୍ଲୀ: ହାଲୱା ସମାରୋହରୁ ଆରମ୍ଭ ହୋଇଛି ୨୦୧୯-୨୦ ସାଧାରଣ ବଜେଟର ମୁଦ୍ରଣ ପ୍ରକ୍ରିୟା। ନୂଆଦିଲ୍ଲୀର ନର୍ଥ ବ୍ଲକ ଠାରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଶନିବାର ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଜୁଲାଇ ୫ରେ କେନ୍ଦ୍ର ସାଧାରଣ ବଜେଟ ୨୦୧୯-୨୦ ଉପସ୍ଥାପନ କରାଯିବ। ଗୋପନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ, ବଜେଟ ତିଆରି ପ୍ରକ୍ରିୟାରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ବନ୍ଦ ଘରେ ରଖାଯାଇଛି। ନର୍ଥ ବ୍ଲକ ପରିସରରେ ଥିବା ବଜେଟ ପ୍ରେସରେ ସମସ୍ତ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ରଖାଯାଇଛି। କେନ୍ଦ୍ର ବଜେଟ ଉପସ୍ଥାପନ ନହେବା ପର୍ଯ୍ୟନ୍ତ ଏମାନେ ସେଠାରେ ରହିବେ। ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ୱାରା ବଜେଟ ଉପସ୍ଥାପନ କରାଯିବା ପରେ ଯାଇ ଏହି ଅଧିକାରୀ ଏବଂ କର୍ମଚାରୀମାନେ ସେମାନଙ୍କ ଆତ୍ମୀୟ ସ୍ୱଜନଙ୍କୁ ସାକ୍ଷାତ କରିପାରିବେ।

ହାଲୱା ସମାରୋହ ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହିତ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ଅର୍ଥ ସଚିବ ଏସ.ସି ଗର୍ଗ, ରାଜସ୍ୱ ସଚିବ ଏ.ବି ପାଣ୍ଡେ, ଡିଏଫଓ ସଚିବ ରାଜୀବ କୁମାର, ଡିଆଇପିଏଏମ ସଚିବ ଅତନୁ ଚକ୍ରବର୍ତୀ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ସିବିଡିଟି ଅଧ୍ୟକ୍ଷ ପି.ସି. ମୋଦୀ, ସିବିଆଇସି ଅଧ୍ୟକ୍ଷ ତଥା ସିବିଡିଟି ଏବଂ ସିବିଆଇସିର ସଦସ୍ୟ ପି.କେ ଦାସ ଏବଂ ଯୁଗ୍ମ ସଚିବ (ବଜେଟ) ଅରବିନ୍ଦ ଶ୍ରୀବାସ୍ତବଙ୍କ ସମେତ ବଜେଟ ପ୍ରସ୍ତୁତି ଏବଂ ମୁଦ୍ରଣ ପ୍ରକ୍ରିୟାରେ ସମ୍ପୃକ୍ତ ଅର୍ଥ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ପରେ, ଅର୍ଥମନ୍ତ୍ରୀ ପ୍ରେସ ପରିଦର୍ଶନ କରିବା ସହିତ ମୁଦ୍ରଣ ପ୍ରକ୍ରିୟା ସହିତ ପରିଚିତ ହୋଇଥିଲେ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories