www.samajalive.in
Tuesday, December 9, 2025
15.1 C
Bhubaneswar

ବିରାଟ ବାହିନୀର ମିଶନ୍ ନ୍ୟୁଜିଲାଣ୍ଡ ଆଜି

ଟ୍ରେଣ୍ଟବ୍ରିଜ୍ : ଗୁରୁବାର ଏଠାରେ ଚଳିତ ବିଶ୍ବକପ୍‌ର ୧୮ଶ ମ୍ୟାଚ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟ​‌େ​‌ର ମୁକାବିଲା ହେବ। ଅଦ୍ୟାବଧି ୧୦ଟି ଦଳଙ୍କ ମଧ୍ୟ​‌େ​‌ର କେବଳ ଭାରତ ଓ ନ୍ୟୁଜିଲାଣ୍ଡ କୌଣସି ମ୍ୟାଚ୍ ହାରିନାହାନ୍ତି। ତେଣୁ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ଉଭୟ ଦଳ ରହିଛନ୍ତି। ତେବେ ଉଭୟ ଦଳଙ୍କ ମଧ୍ୟରେ ଫରକ ହେଉଛି ଯେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ୩ ଦୁର୍ବଳ ଦଳ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫ୍‌ଗାନିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ହେଲେ ଦୁଇ ଶକ୍ତିଶାଳୀ ଦଳ ତଥା ଦୁଇ ଟାଇଟଲ ଫେଭରିଟ୍‌ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆକୁ ଭାରତ ପରାସ୍ତ କରିଛି। ଏହି ବିଶ୍ବକପ୍ ପୂର୍ବରୁ ନ୍ୟୁଜିଲାଣ୍ଡ ମାଟିରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ୫ ମ୍ୟାଚ୍‌ର ଦିନିକିଆ ସିରିଜ୍ ଖେଳା ଯାଇଥିଲା। ଏହି ସିରିଜ୍‌କୁ ଭାରତ ୪-୧​‌େ​ର ଜିତି ନେଇଥିଲା। ତେଣୁ ଗୁରୁବାର ହେବାକୁ ଥିବା ବିଶ୍ବକପ୍ ମ୍ୟାଚ୍‌​‌େ​‌ର ମଧ୍ୟ ଭାରତ ଫେଭରିଟ୍‌। ତେବେ ଭାରତୀୟ ଦଳକୁ ୨ଟି ଦିଗ ପ୍ରତି ଯତ୍ନବାନ ରହିବାକୁ ପଡ଼ିବ। ଗୋଟିଏ ହେଉଛି ଶିଖର ଧାୱନ ଆହତ ହେବା ଏବଂ ବର୍ଷାର ଆଶଙ୍କା। ଏହା ସତ ଯେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ପେସ୍ ଆକ୍ରମଣ ରୋହିତ ଶର୍ମା ଓ କେ.ଏଲ୍. ରାହୁଲଙ୍କ ନୂତନ ଓପ୍‌ନିଂ ଯୋଡ଼ିଙ୍କ ଜୀବନ ଦୁର୍ବିସହ କରିଦେବେ। ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ଦଳର ରେକର୍ଡ ଭଲ। କେନ୍ ୱିଲିୟମ୍‌ସନଙ୍କ ଦଳ କ୍ରମାଗତ ୪ର୍ଥ ବିଜୟ ହାସଲକରି ଶୀର୍ଷ ସ୍ଥାନ ବଜାୟ ରଖିବାକୁ ଚାହିଁବ ନିଶ୍ଚୟ।
ଅଷ୍ଟ୍ରେଲିଆ ବିପକ୍ଷ​‌େ​‌ର ଶତକ ମାରିଥିବା ଶିଖର ଧାୱନ ଆହତହେବା ଭାରତୀୟ ଦଳ ପାଇଁ ଶକ୍ତ ଧକ୍କା। ରାହୁଲ ଓପନ୍ କରିବାକୁ ଥିବା ବେଳେ ୪ର୍ଥ ସ୍ଥାନ ପାଇଁ ବିଜୟ ଶଙ୍କର ଓ ଦିନେଶ କାର୍ତ୍ତିକଙ୍କ ମଧ୍ୟରେ ମୁକାବିଲା ହେବ। ବିଜୟଙ୍କ ଅଲ୍‌ରାଉଣ୍ଡ ଦକ୍ଷତା ଓ କାର୍ତ୍ତିକଙ୍କ ଅଭିଜ୍ଞତା ମଧ୍ୟରୁ ଭାରତକୁ ଗୋଟିଏ ବାଛିବାକୁ ପଡ଼ିବ। ଗତ ୨ଟି ମ୍ୟାଚ୍‌ରେ ମଧ୍ୟକ୍ରମରେ ବ୍ୟାଟିଂ କରିଥିବା ରାହୁଲ ଇନିଂସ ଓପନ୍ କରିବା ସୁଯୋଗର ସଦ୍‌ବ୍ୟବହାର କରିବାକୁ ନିଶ୍ଚୟ ଚାହିଁବେ। ଓପ୍‌ନର ଭାବେ ହିଁ ରାହୁଲ ଭଲ ପ୍ରଦର୍ଶନ କରିଛନ୍ତି। ଯଦି ନୂଆବଲ୍‌ରେ ଟ୍ରେଣ୍ଟ ବୋଲ୍‌ଟଙ୍କ ସଫଳ ମୁକାବିଲା ରାହୁଲ କରିପାରନ୍ତି; ଏହା ତାଙ୍କ ମନୋବଳକୁ ଊର୍ଦ୍ଧ୍ବଗାମୀ କରିବ। ରାହୁଲ ଏଥିରୁ ମଧ୍ୟ ଆତ୍ମବିଶ୍ବାସ ପାଇବେ ଯେ କ୍ରିଜ୍‌ର ଅନ୍ୟପଟେ ରୋହିତ ଶର୍ମା ରହିବେ; ଯିଏ ଭଲ ଫର୍ମରେ ଅଛନ୍ତି। ରୋହିତ ପ୍ରଥମ ମ୍ୟାଚ୍‌ରେ ଶତକ ଓ ୨ୟ ମ୍ୟାଚ୍‌ରେ ଅର୍ଦ୍ଧଶତକ ମାରିଛନ୍ତି। ଉଭୟ ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନି ଭଲ ବ୍ୟାଟିଂ କରିଛନ୍ତି ଏବଂ ହାର୍ଦିକ ପାଣ୍ଡ୍ୟା ଯେପରି ଆକ୍ରମଣାତ୍ମକ ବ୍ୟାଟିଂ କରୁଛନ୍ତି; ତାହା ଭାରତୀୟ ଦଳକୁ ଅଧିକ ଆତ୍ମବିଶ୍ବାସୀ କରିଛି।
ନ୍ୟୁଜିଲାଣ୍ଡ ପାଇଁ ଏହା ଉତ୍ସାହପ୍ରଦ ଯେ ବିଶ୍ବକପ୍ ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ରେ ଭାରତକୁ ସହଜରେ ନ୍ୟୁଜିଲାଣ୍ଡ ୬ ୱିକେଟରେ ପରାସ୍ତ କରିଥିଲା। ଟ୍ରେଣ୍ଟ୍‌ ବୋଲ୍‌ଟ ମୂଳରୁ ୪ଟି ଓ ଜେମ୍‌ସ ନିସାମ୍ ୩ଟି ୱିକେଟ ନେବାରୁ ଭାରତ ଏକଦା ୧୧୫ ରନ୍‌ରେ ୮ଟି ୱିକେଟ ହରାଇ ୧୭୯ ରନ୍ କରିଥିଲା। ପୁଣିଥରେ ନ୍ୟୁଜିଲାଣ୍ଡ ପେସ୍ ବୋଲରଙ୍କ ପ୍ରତି ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କୁ ସତର୍କ ରହିବାକୁ ପଡ଼ିବ। ବୋଲ୍‌ଟ ଓ ନିସାମ୍‌ଙ୍କ ସହ ମ୍ୟାଟ୍‌ ହେନ୍‌ରି ମଧ୍ୟ ଭଲ ବୋଲିଂ କରୁଛନ୍ତି। ତୀବ୍ର ଗତିରେ ବୋଲିଂ ପାଇଁ ପ୍ରସିଦ୍ଧ ଲୋକି ଫର୍ଗୁସନ୍ ଭଲ ୱିକେଟ ନେଇଛନ୍ତି। ଆଫ୍‌ଗାନିସ୍ତାନ ବିପକ୍ଷରେ ନିସାମ୍ ୫ଟି ୱିକେଟ ନେଇଥିଲେ। ନ୍ୟୁଜିଲାଣ୍ଡ ୩ଟିଯାକ ମ୍ୟାଚ୍‌ରେ ରନ୍‌ର ପିଛା କରିଥିବା ବେଳେ ଏହାର ବ୍ୟାଟିଂର ପ୍ରକୃତ ପରୀକ୍ଷା ହୋଇନାହିଁ। ଦଳ ମୁଖ୍ୟତଃ ଅଧିନାୟକ କେନ୍ ୱିଲିୟମ୍‌ସନ ଓ ପୂର୍ବତନ ଅଧିନାୟକ ରସ୍‌ ଟେଲରଙ୍କ ଉପ​‌େ​‌ର ନିର୍ଭରଶୀଳ। ଏଦୁହେଁ ଗତ ୨ଟି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଓପ୍‌ନର କଲିନ୍ ମନ୍‌ରୋ ଅପରାଜିତ ଅର୍ଦ୍ଧଶତକ ମାରିଥିଲେ ହେଁ ପରବର୍ତ୍ତୀ ୨ଟି ମ୍ୟାଚ୍‌ରେ ବିଫଳ ହୋଇଛନ୍ତି। ତେଣୁ ତାଙ୍କ ସ୍ଥାନରେ ହେନ୍‌ରି ନିକୋଲ୍‌ସଙ୍କୁ ଖେଳାଇବା କଥା ନ୍ୟୁଜିଲାଣ୍ଡ ଚିନ୍ତାକରୁଛି। ଟ୍ରେଣ୍ଟବ୍ରିଜ୍‌ର ପିଚ୍‌ରେ ବାଉନ୍‌ସ ଥିବାରୁ ଏହା ଉପଯୋଗ କରିବାକୁ ନ୍ୟୁଜିଲାଣ୍ଡର ପେସ୍ ବୋଲର ଚିନ୍ତା କରୁଛନ୍ତି। ତେବେ ଭାରତୀୟ ପେସ୍ ଆକ୍ରମଣରେ ଯଶପ୍ରୀତ ବୁମ୍‌ରା ଓ ଭୁବନେଶ୍ବର କୁମାର ରହିଛନ୍ତି; ଯିଏ ବହୁତ ଭଲ ବୋଲିଂ କରିଛନ୍ତି। ସେ ଯାହାହେଉ; ଗତ ବିଶ୍ବକପ୍‌ ରନର୍ସଅପ୍ ନ୍ୟୁଜିଲାଣ୍ଡକୁ ଭାରତ କଡ଼ା ଚ୍ୟାଲେଞ୍ଜ୍ ଦେବା ନିଶ୍ଚିତ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories