www.samajalive.in
Friday, December 5, 2025
26.1 C
Bhubaneswar

କାର୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା ବେଳପଡା ଥାନା ଅନ୍ତର୍ଗତ ଉଡିଙ୍ଗ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ କାର୍‌ ଗଛରେ ପିଟି ହୋଇଯାଇଛି। ଦୁର୍ଘଟଣାରେ କାର ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି କଣ୍ଟାବାଞ୍ଜିର ବିଶିଷ୍ଟ ବ୍ୟବସାୟୀ ବଣ୍ଟି ଅଗ୍ରୱାଲଙ୍କ ସାନ ପୁଅ ଆଦିତ୍ୟ ଅଗ୍ରୱାଲ(୨୦)।

ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଆଦିତ୍ୟ କଣ୍ଟାବାଞ୍ଜିରୁ ବେଳପଡ଼ା ଅଭିମୁଖେ ଯାଉଥିଲେ। ଉଡିଙ୍ଗ ଛକ ନିକଟରେ କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ରାତିସାରା ଆଦିତ୍ୟ ଗୁରୁତର ଅବସ୍ଥାରେ କାର୍ ଭିତରେ ପଡ଼ି ରହିଥିଲେ। ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ କଟର ସାହାଯ୍ୟରେ କାଟି ଆଦିତ୍ୟଙ୍କୁ ଉଦ୍ଧାର କରିଥିଲେ। ଆଦିତ୍ୟଙ୍କ ମୁଣ୍ଡରେ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଣ୍ଟାବାଞ୍ଜି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ଆଦିତ୍ୟଙ୍କୁ ବରଗଡ଼ ବିକାଶ ମେଡିକାଲ ଚିକିତ୍ସା ପାଇଁ ନିଆଯାଇଥିବାବେଳେ ପଦ୍ମପୁର ପାଖେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଆଦିତ୍ୟଙ୍କର ଆଜି ଜନ୍ମଦିନ ଥିଲା। ଖୁସିଦିନରେ ଏହି ଦୁଃଖଦ ଖବର ଯୋଗୁ ସାରା ସହରରେ ଶୋକର ବାତାବରଣ ଦେଖିବାକୁ ମିଳିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories