ଭାରତରେ ମୋଟର ବୀମାର ବ୍ୟାପକ ଗ୍ରହଣୀୟତା ଉପରେ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି

ଭୁବନେଶ୍ୱର : ଭାରତୀୟ ଅଟୋ ମେ।ବାଇଲ ଶିଳ୍ପ ଦ୍ରୁତ ବେଗରେ ବିକଶିତ ହେଉଛି । ତଥ୍ୟରୁ ଜଣାଯାଇଛି ଯେ ୨୦୨୩ ଆର୍ଥିକ ବର୍ଷରେ ଭାରତରେ ୧୫.୮ ମିଲିୟନରୁ ଅଧିକ ଦୁଇଚକିଆ ଯାନ ଓ ୩.୮ ମିଲିୟନ କାର୍‌ ବିକ୍ରି ହୋଇଛି, ଯାହା ଭାରତକୁ ବିଶ୍ୱର ଦ୍ୱିତୀୟ ବୃହତମ ଦୁଇ-ଚକିଆ ବଜାର ଭାବେ ସ୍ଥାନିତ କରିଛି । ଏଭଳି ଅଦ୍ଭୁତପୂର୍ବ ବୃଦ୍ଧି ସତ୍ୱେ ଭାରତୀୟ ସଡକରେ ଅଧାରୁ ଅଧିକ ଗାଡିର ବୀମା କରାଯାଇନାହିଁ, ଯାହାକି କେବଳ ଗାଡି ମାଲିକଙ୍କ ପାଇଁ ନୁହେଁ ବରଂ ସମଗ୍ର ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରୁଛି । ଭାରତରେ ଏବେ ବି ଅନେକ ଲୋକଙ୍କ ପାଇଁ ବିସ୍ତୃତ ମୋଟର ବୀମା (କମ୍ପ୍ରେହେନ୍‌ସିଭ ମୋଟର କଭରେଜ) ଏକ ଅନାବଶ୍ୟକ ଖର୍ଚ୍ଚ ଅଟେ । ଏହା ପରିବର୍ତେ ସେମାନେ ସର୍ବନିମ୍ନ କଭରେଜ ଥିବା ଥାର୍ଡ-ପାର୍ଟି ବୀମା କ୍ରୟ କରିଥାନ୍ତି କାରଣ ଏହା ଶସ୍ତା ହୋଇଥାଏ । ଯଦିଓ ଏହା ଟ୍ରାଫିକ ଅନୁପାଳନକୁ ପୂରଣ କରିବାରେ ସାହାଯ୍ୟ କରେ କିନ୍ତୁ ସୀମିତ କଭରେଜ କାରଣରୁ ଗାଡି ମାଲିକଙ୍କୁ ଦୁର୍ଘଟଣା, ଚୋରି ଓ ଅନ୍ୟାନ୍ୟ କ୍ଷତି ବିରୋଧରେ ପର୍ଯ୍ୟାପ୍ତ ଆର୍ଥିକ ସୁରକ୍ଷା ଦେଇପାରିନଥାଏ । ଏହାଦ୍ୱାରା ସେମାନେ ଅଧିକ ଆର୍ଥିକ କ୍ଷତିର ସମ୍ମୁଖୀନ ହୁଅନ୍ତି । ସଡ଼କ ପରିବହନ ଏବଂ ରାଜପଥ ମନ୍ତଣାଳୟର ତଥ୍ୟ ଅନୁଯାୟୀ ଅଣ୍ଡର-ଇନ୍ସ୍ୟୁରାନ୍ସର ଏହି ଧାରା ବ୍ୟାପକ ଅଟେ । ପ୍ରାୟ ୫୦ଧରୁ ଅଧିକ ଗାଡ଼ିର ପର୍ଯ୍ୟାପ୍ତ କଭରେଜ ନାହିଁ ।

ଗାଡ଼ି ମାଲିକମାନେ ଏହା ବିଶ୍ୱାସ କରନ୍ତି ଯେ ସେମାନେ କମ୍ପ୍ରେହେନସିଭ ଇନସ୍ୟୁରାନ୍ସ ନକରି ଅର୍ଥ ସଂଚୟ କରୁଛନ୍ତି, କିନ୍ତୁ ବାସ୍ତବରେ ସେମାନଙ୍କର ଅଧିକ ଆର୍ଥିକ କ୍ଷତି ହେବାର ଆଶଙ୍କା ରହିଥାଏ । ଭାରତରେ ସଡ଼କ ଦୁର୍ଘଟଣା ବାରମ୍ବାର ଘଟୁଛି ଏବଂ ଏକ ଇନସ୍ୟୁରାନ୍ସ ନଥିବା ଗାଡ଼ିର ମରାମତି କିମ୍ବା ବଦଳାଇବା ଖର୍ଚ୍ଚ ଅତ୍ୟଧିକ ହୋଇପାରେ । ଭାରତୀୟ ଇନସ୍ୟୁରାନ୍ସ ସୂଚନା ବ୍ୟୁରୋ ଅନୁଯାୟୀ, ୨୦୧୯-୨୦ରେ ବୀମା କମ୍ପାନୀଗୁଡିକ ଓନ୍‌ ଡ୍ୟାମେଜ (ଓଡି) କ୍ଲେମ୍‌ ପାଇଁ ୧୯୪୬୪ କୋଟି ଟଙ୍କା ପଇଠ କରିଥିଲେ ଯେଉଁଥିରେ ଦୁଇଚକିଆ ପାଇଁ ହାରାହାରି ପେଆଉଟ ୬୦୦୦ ଟଙ୍କା ଓ କାର୍‌ ପାଇଁ ୨୫୬୩୩ ଟଙ୍କା ଥିଲା । ବୀମା ନଥିଲେ, ଏହି ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ ଗାଡି ମାଲିକ ବହନ କରିଥାନ୍ତି । ଗାଡ଼ି ଚୋରି ହେଉଛି ଅନ୍ୟ ଏକ ପ୍ରମୁଖ ଚିନ୍ତାର ବିଷୟ, ଆର୍ଥିକ ବର୍ଷ ୨୦୧୮-୧୯ ଏବଂ ଆର୍ଥିକ ବର୍ଷ ୨୦୧୯-୨୦ରେ ୧ଲକ୍ଷରୁ ଅଧିକ ଚୋରି କ୍ଲେମ ରିପୋର୍ଟ କରାଯାଇଛି । ତେଣୁ ବୀମା ହୋଇନଥିବା ଗାଡ଼ି ଚୋରି ହେଲେ ମାଲିକମାନଙ୍କ ପାଖରେ କମ ବିକଳ୍ପ ଥିବାରୁ ସେମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥାନ୍ତି ।

ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ୨୦୨୨ ମସିହାରେ ଭାରତରେ ୪.୫ ଲକ୍ଷ ସଡ଼କ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ଆହତମାନଙ୍କୁ ହାରାହାରି ୯ ଦିନ ଡାକ୍ତରଖାନାରେ ରହିବାକୁ ପଡ଼ୁଥିଲା । ଇନସ୍ୟୁରାନ୍ସ କରିନଥିବା ପରିବାର ପାଇଁ ଚିକିତ୍ସା ଖର୍ଚ୍ଚ ଏକ ବଡ଼ ବୋଝ ହୋଇପାରେ । ବୃଦ୍ଧ ପୀଡ଼ିତଙ୍କ କ୍ଷେତ୍ରରେ ଏହି ଖର୍ଚ୍ଚ ୫୭,୬୬୩ଟଙ୍କାକୁ ବୃଦ୍ଧି ପାଇପାରେ । ଯାହା ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସଙ୍କଟରେ ପକାଇପାରେ । ବିଚାରକ ନେତାମାନେ ସେମାନଙ୍କର ପ୍ଲାଟଫର୍ମକୁ ଉପଯୋଗ କରି କମ୍ପ୍ରେହେନସିଭ ଇନସ୍ୟୁରାନ୍ସ ଏକ ଅନାବଶ୍ୟକ ଖର୍ଚ୍ଚ ପରି ଭୁଲ ଧାରଣାକୁ ସଂଶୋଧନ କରିପାରିବେ ଏବଂ ଦୀର୍ଘକାଳୀନ ଆର୍ଥିକ ସୁରକ୍ଷା ପାଇଁ ବିଶେଷ କରି ଭାରତ ପରି ଉଚ୍ଚ ବିପଦପୂର୍ଣ୍ଣ ପରିବେଶରେ ଏହାର ଗୁରୁତ୍ୱକୁ ଆଲୋକପାତ କରିପାରିବେ । ଏହାବ୍ୟତୀତ, କମ୍ପ୍ରେହେନସିଭ କଭରେଜର ବ୍ୟାପକ ଅବଲମ୍ବନ ପାଇଁ ପ୍ରୋତ୍ସାହିତ କରୁଥିବା ପଲିସିକୁ ପ୍ରମୋଟ କରିବାକୁ ସେମାନେ ଇନସ୍ୟୁରାନ୍ସ ପ୍ରଦାନକାରୀ, ପଲିସିମେକର ଏବଂ ଉପଭୋକ୍ତାଙ୍କ ମଧ୍ୟରେ ସହଯୋଗକୁ ବୃଦ୍ଧି କରିପାରିବେ ।

prayash

ତେଣୁ ଫୋନ୍‌ପେ’ ଏହି ପ୍ରମୁଖ ଅସୁବିଧାଗୁଡିକର ସମାଧାନ ଉପରେ ଗୁରୁତ୍ୱ ଦେଉଛି ଯାହା ଗାଡି ମାଲିକଙ୍କ ପାଇଁ ଉପଯୁକ୍ତ ବୀମା କଭରେଜ ପାଇବାରେ ବାଧା ସୃଷ୍ଟି କରୁଛି । ଏଥିପାଇଁ ଫୋନ୍‌ପେ’ ପକ୍ଷରୁ ୧୭ରୁ ଅଧିକ ପ୍ରମୁଖ ବୀମାକାରୀ ସଂସ୍ଥା ସହ ସହଭାଗିତା କରାଯାଇଛି । ଫୋନ୍‌ପେ ଏହି ସଂସ୍ଥାଗୁଡିକ ସହ ମିଶି କୌଣସି ଲୁକ୍କାୟିତ ଚୁକ୍ତି କିମ୍ବା ଫାଇନ ପ୍ରିଂଟ ବିନା ନିଜର ଉପଭୋକ୍ତାଙ୍କୁ ବିସ୍ତୃତ କଭରେଜ ପ୍ରଦାନ କରୁଛି । ସେହିପରି ଫୋନ୍‌ପେ ଭାରତର ୧୦୫୦୦ରୁ ଅଧିକ ନେଟ୍‌ୱର୍କ ଗ୍ୟାରେଜରେ କ୍ୟାଶଲେସ କ୍ଲେମ ପ୍ରଦାନ କରୁଛି । ଏହି ନେଟ୍‌ୱର୍କ ଜରିଆରେ ଆଗୁଆ ପଇଠ ନକରି ଗାଡି ମାଲିକ ନିଜ ଗାଡିର ମରାମତି କରିପାରିବେ, କ୍ଲେମ ପ୍ରକ୍ରିୟାକୁ ସରଳ କରିପାରିବେ ଓ ଆର୍ଥିକ ଚାପକୁ ହ୍ରାସ କରିପାରିବେ ।

ଫୋନ୍‌ପେ’ର ପ୍ଲାଟ୍‌ଫର୍ମକୁ ସ୍ୱଚ୍ଛତା ପାଇଁ ଡିଜାଇନ କରାଯାଇଛି । କୌଣସି ନିଷ୍ପତି ନେବା ପୂର୍ବରୁ ଉପଭୋକ୍ତାମାନେ ବୀମା ନୀତିକୁ ଯେପରି ଭଲ ଭାବରେ ବୁଝିବେ ଫୋନ୍‌ପେ ତାହା ସୁନିଶ୍ଚିତ କରୁଛି । କମ୍ପାନୀ ବୀମା କ୍ରୟକୁ ପୂର୍ବାପେକ୍ଷା ଅଧିକ ସହଜ କରିଛି । ଫୋନ୍‌ପେ’ ଉପଭୋକ୍ତା ଅନୁକୂଳ ଡିଜିଟାଲ ପ୍ଲାଟ୍‌ଫର୍ମ ମାଧ୍ୟମରେ ଗ୍ରାହକମାନେ ଅଳ୍ପ କିଛି କ୍ଲିକ୍‌ରେ ବୀମା ପଲିସିର ଅନୁସନ୍ଧାନ, ତୁଳନା ଓ କ୍ରୟ କରିପାରିବେ । ଏଥିପାଇଁ କାଗଜପତ୍ର କାମ, ବ୍ୟକ୍ତିଗତ ପରିଦର୍ଶନ କିମ୍ବା ଜଟିଳ ଫର୍ମର ଆବଶ୍ୟକତା ନାହିଁ । ଏହା ସମ୍ପୂର୍ଣ୍ଣ ରୂପେ ଅନ୍‌ଲାଇନରେ ହେଉଛି ଯାହା ସମୟ ସଂଚୟ କରିବା ସହ ପ୍ରକ୍ରିୟାକୁ ସରଳ କରୁଛି ।

ଉଲ୍ଲେଖଯୋଗ୍ୟ ଯେ, ଭାରତରେ ମୋଟର ବୀମାର କମ୍‌ ପ୍ରବେଶୀକରଣ କେବଳ ଏକ ବ୍ୟକ୍ତିଗତ ସମସ୍ୟା ନୁହେଁ ବରଂ ଏକ ସାମାଜିକ ସମସ୍ୟା ଅଟେ ଯାହା ଉପରେ ତୁରନ୍ତ ଧ୍ୟାନ ଦିଆଯିବା ଆବଶ୍ୟକ । ତେଣୁ ଫୋନ୍‌ପେ’ରେ ଆମେ ବୀମା ପ୍ରକ୍ରିୟାକୁ ସରଳ କରିବା ଏବଂ ଏହାକୁ ସ୍ୱଚ୍ଛ, ପହଂଚଯୋଗ୍ୟ ଓ ଉପଭୋକ୍ତା ଅନୁକୂଳ କରିବା ପାଇଁ ପ୍ରତିବଦ୍ଧ ରହିଛୁ ବୋଲି କମ୍ପାନୀ ପ୍ରକାଶ କରିଛି । ଏଭଳି କରି ଆମେ ବିସ୍ତୃତ ମୋଟର ବୀମାର ବ୍ୟାପକ ଗ୍ରହଣୀୟତାକୁ ପରିଚାଳନା କରିବା ପାଇଁ ଲକ୍ଷ୍ୟ ରଖିଛୁ ଯାହା ଗାଡି ମାଲିକଙ୍କୁ ଓ ସମାଜକୁ ସୁରକ୍ଷା ପ୍ରଦାନ କରିବ ।

Comments are closed.