www.samajalive.in
Friday, December 5, 2025
20.1 C
Bhubaneswar

ବାଲିଯାତ୍ରାରେ କମିଶନରେଟ ପୁଲିସର କାର୍ଯ୍ୟଧାରାକୁ ନେଇ ଉଠିଲା ପ୍ରଶ୍ନ

କଟକ: ଐତିହାସିକ ବାଲିଯାତ୍ରାରେ କମିଶନରେଟ ପୁଲିସର କାର୍ଯ୍ୟଧାରାକୁ ନେଇ ଉଠିଛି ପ୍ରଶ୍ନ। ବୈଷ୍ଣବ ପାଣି ମଞ୍ଚକୁ ଉଠି ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରିବା କମିଶନରେଟ ପୁଲିସ ପାଇଁ ସାଜିଛି ବଡ଼ ଅଡ଼ୁଆ। ରାଜ୍ୟର ଜଣେ ଜଣାଶୁଣା କଳାକାରଙ୍କ ଶୋ’ ବନ୍ଦ କରିବା ପାଇଁ କାହିଁକି ଏତେ ତରବର ହୋଇପଡ଼ିଲା ପୁଲିସ। ଯାହାକୁ ନେଇ ବର୍ତ୍ତମାନ ମେୟର, ବିଧାୟକ ପୁଲିସକୁ କରିଛନ୍ତି ସିଧାସଳଖ ଟାର୍ଗେଟ।

କଟକରେ ଚାଲିଛି କମିଶନରେଟ ପୁଲିସର ହିଟଲର ଶାସନ। ଯାହା ପାଇଁ ଭାଇଚାରା ସହରର ଭାଙ୍ଗୁଛି ଐତିହ୍ୟ ଓ ପରମ୍ପରା। କଟକରେ ରହିବାକୁ ହେଲେ କଟକର ଐତିହ୍ୟ ପରମ୍ପରା ସହ ରହିବାକୁ ପଡ଼ିବ। ନଚେତ କଟକ ଛାଡ଼ି ପାର୍। ଏଭଳି କଥା କହି କମିଶନରେଟ ପୁଲିସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ। ଐତିହାସିକ ବାଲିଯାତ୍ରାରେ ସମୟ ଅବଧିକୁ ନେଇ ଓଡ଼ିଶାର ସୁନାମଧନ୍ୟ ଗାୟିକା ଅସୀମା ପଣ୍ଡାଙ୍କ ପ୍ରୋଗ୍ରାମକୁ ବନ୍ଦ କରିବା ପୁଲିସ ପାଇଁ ଟାଣି ଆଣିଛି ଏକ ବଡ଼ ସମସ୍ୟା। ଜିଲା ପ୍ରଶାସନ ସହ ଆଲୋଚନା ନ କରି ସିଧାସଳଖ କାର୍ଯ୍ୟକ୍ରମ ବନ୍ଦ କରିବାକୁ ନେଇ ବିଷ ଓଗାଳିଛନ୍ତି କଟକ ବାରବାଟୀର ବିଧାୟିକା। ସମସ୍ତଙ୍କୁ ନେଇ ଏହି ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ ହୁଏ। କିନ୍ତୁ ଏକ ପାଖିଆ ନିଷ୍ପତ୍ତି କରି ଯଦି କଟକରେ ଐତିହ୍ୟକୁ ଭାଙ୍ଗିବାରେ ଅଛି, ତେବେ କଟକ ଛାଡ଼ି ପାରନ୍ତି ସରକାରୀ ବାବୁ ବୋଲି କହିଛନ୍ତି ବିଧାୟିକା ସୋଫିଆ ଫିର୍ଦୋଷ।

- Advertisement -

ଅପରପକ୍ଷେ, ଏହି ଘଟଣାକୁ ନେଇ କମିଶନରେଟ ପୁଲିସ ଉପରେ ବର୍ଷିଛନ୍ତି ମେୟର ସୁବାସ ସିଂ। ବାଲିଯାତ୍ରା ଓଡ଼ିଆମାନଙ୍କର ଭାବାବେଗ ସହ ଜଡ଼ିତ। ଅସୀମା ପଣ୍ଡାଙ୍କ ଅଧା ଗୀତରୁ ସାଉଣ୍ଡ ବନ୍ଦ କରିବା ବାଲିଯାତ୍ରାକୁ ଉପହାସ। ବାଲିଯାତ୍ରାରେ ଜିଲା ପ୍ରଶାସନ ଉପସ୍ଥିତିରେ କମିଶନରେଟ ପୁଲିସର ଯେଉଁ ଅଧିକାରୀ ଏଭଳି ମନମାନି କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି କହିଛନ୍ତି ମେୟର ସୁବାସ ସିଂ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories