ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଠାକୁରମୁଣ୍ଡା ଅଞ୍ଚଳରୁ ରାତିରେ ଗୋରୁ ଚୋରା ଚାଲାଣ କରୁଥିବା ଏକ ପିକଅପ୍ ଗାଡ଼ି ରାସ୍ତାକଡ଼କୁ ଓଲଟି ପଡ଼ିବା ଫଳରେ ଭ୍ୟାନଟି ସମ୍ପୂର୍ଣ୍ଣ ଜଳିଯାଇଛି। ଗାଡ଼ିରେ ସମୁଦାୟ ୮ଟି ଗୋରୁ ଥିବାବେଳେ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ୪ଟି ଗୋରୁଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସେପଟେ ଦୁର୍ଘଟଣା ଘଟିବା ପରେ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



