www.samajalive.in
Sunday, December 7, 2025
16.1 C
Bhubaneswar

ଅଷ୍ଟ୍ରେଲିଆର ପଥ ରୋକିବାକୁ ଭାରତ ପ୍ରସ୍ତୁତ

ଲଣ୍ଡନ୍ : ଚଳିତ କ୍ରିକେଟ ବିଶ୍ବକପ୍‌ରେ ରବିବାରର ମ୍ୟାଚ୍ ଉପରେ କ୍ରିକେଟ ଦୁନିଆର ଆଖି। ମୁହାଁମୁହିଁ ହେବେ ଏହି ବିଶ୍ବକପ୍‌ର ଦୁଇ ଫେଭରିଟ୍ ଅଷ୍ଟ୍ରେଲିଆ ଓ ଭାରତ। ଉଭୟ ଦଳ ଅଦ୍ୟାବଧି ପରାଜୟର ତିକ୍ତ ସ୍ବାଦ ଚାଖିନାହାନ୍ତି। ତେବେ ଫରକ ଏହା ଯେ ଅଷ୍ଟ୍ରେଲିଆ ୨ଟି ମ୍ୟାଚ୍ ଖେଳିଥିବା ବେଳେ ଭାରତ ମାତ୍ର ଗୋଟିଏ ମ୍ୟାଚ୍ ଜିତିଛି। ଅଷ୍ଟ୍ରେଲିଆ ଗତଥରର ଚମ୍ପିଆନ୍ ଏବଂ ଏହା ସର୍ବାଧିକ ୫ ଥର ବିଶ୍ବକପ୍ ଚମ୍ପିଆନ୍ ହୋଇଛି। ଭାରତ ୨ଥର ବିଶ୍ବ ଚମ୍ପିଆନ୍ ହୋଇପାରିଛି। ଗତ ବିଶ୍ବକପ୍‌ରେ ଭାରତ ଓ ଅ​‌େ​‌ଷ୍ଟ୍ରଲିଆ ଦଳ ପରସ୍ପରଙ୍କୁ ସେମିଫାଇନାଲରେ ଭେଟିଥିଲେ। ଏଥିରେ ସହଜ ବିଜୟ ହାସଲ କରିଥିଲା ଅଷ୍ଟ୍ରେଲିଆ। ରବିବାରର ମ୍ୟାଚ୍‌ରେ ଭିନ୍ନ ଅସ୍ତ୍ର ସହ ଭାରତ ଓ ଅଷ୍ଟ୍ରେଲିଆ ରଣ ବିଜୟର ଲକ୍ଷ୍ୟରେ ରହିବେ। ଅଷ୍ଟ୍ରେଲିଆ ପେସ୍ ବୋଲିଂ ଜରିଆରେ ଭାରତୀୟ ବ୍ୟାଟିଂକୁ ଅସୁବିଧାରେ ପକାଇବାର ଲକ୍ଷ୍ୟ ରଖିଥିବା ବେଳେ କଙ୍ଗାରୁଦଳକୁ ସ୍ପିନ୍ ଜାଲରେ ଛନ୍ଦିବାକୁ ଭାରତ ଲକ୍ଷ୍ୟ ରଖିଛି। ତେଣୁ ମୁକାବିଲା ରୋଚକ ହେବ ନିଶ୍ଚୟ ଏବଂ ଫଳାଫଳର ଭବିଷ୍ୟବାଣୀ କରିବା ସମ୍ଭବ ନୁହେଁ।
ଏହା ବହୁତ କମ୍ ଦେଖାଯାଏ ଯେ ସର୍ଟ ପିଚ୍ ବୋଲିଂ ବିରୋଧରେ ଅଷ୍ଟ୍ରେଲିଆ ବ୍ୟାଟିଂ ବିଫଳ ହୋଇଛି ଏବଂ ୩୮ ରନ୍‌ରେ ୪ଟି ଏବଂ ୭୯ ରନ୍‌ରେ ୫ଟି ୱିକେଟ ହରାଇଛି। ଷ୍ଟିଭେନ୍ ସ୍ମିଥ୍‌ଙ୍କ ଚମତ୍କାର ଇନିଂସ ସହ ନାଥାନ୍ କୌଲ୍‌ଟର-ନାଇଲ୍‌ଙ୍କ ଅପ୍ରତ୍ୟାଶିତ ୬୦ ବଲ୍‌ରୁ ୯୨ ରନ୍ ଅଷ୍ଟ୍ରେଲିଆ ଦଳକୁ ସମ୍ମାନଜନକ ସ୍କୋର୍ ଦେଇଥିଲା। ୱେଷ୍ଟଇଣ୍ଡିଜ୍ ବୋଲିଂରେ ବିବିଧତା ନଥିଲା। ଇଣ୍ଡିଜର ବୋଲିଂ ଆକ୍ରମଣରେ ଜଣେ ଭଲ ସ୍ପିନରଙ୍କ ଅଭାବ ଥିଲା। ତେବେ ଭାରତ ବିପକ୍ଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନଙ୍କୁ ବିବିଧତାରେ ଭରା ଭାରତୀୟ ବୋଲିଂର ସମ୍ମୁଖୀନ ହେବାକୁ ପଡ଼ିବ। ନୂଆବଲ୍‌ରେ ଯଶପ୍ରୀତ ବୁମ୍‌ରା ଓ ଭୁବନେଶ୍ବର କୁମାରଙ୍କ ପରି ଭିନ୍ନ ପେସ୍ ବୋଲରଙ୍କ ମୁକାବିଲା କରିବା ପରେ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନଙ୍କୁ ଲେଗ୍‌ସ୍ପିନର ଯୁଜବେନ୍ଦ୍ର ଚହଲ ଓ ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବଙ୍କ ମୁକାବିଲା କରିବାକୁ ପଡ଼ିବ। ଏହି ଦୁଇ ସ୍ପିନର ପୂର୍ବରୁ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନଙ୍କୁ ଅସୁବିଧାରେ ପକାଇଥିଲେ ହେଁ ଗତ ଭାରତ ଗସ୍ତରେ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ ଚହଲ-କୁଲଦୀପଙ୍କୁ ସଠିକ୍ ଭାବେ ମୁକାବିଲା କରି ପାରିଥିଲେ। ଅଷ୍ଟ୍ରେଲିଆ ପାଇଁ ନୂଆବଲ୍‌ରେ ବୁମ୍‌ରାଙ୍କ ମୁକାବିଲା କରିବା ଏକ ଆହ୍ବାନ ହେବ। ଭାରତୀୟ ଦଳର ନଜର ରହିବ ଡେଭିଡ୍ ୱାର୍ଣ୍ଣର ଓ ଷ୍ଟିଭେନ୍ ସ୍ମିଥ୍‌ଙ୍କ ଉପରେ। ଏଦୁହେଁ ଲମ୍ବା ଇନିଂସ ଖେଳିପାରନ୍ତି ଏବଂ ଦ୍ରୁତଗତିରେ ମଧ୍ୟ ସ୍କୋର୍ କରିପାରନ୍ତି। ଏଦୁହେଁ ଜଲ୍‌ଦି ଆଉଟ ହୋଇଗଲେ ଅନ୍ୟ ବ୍ୟାଟ୍‌ସମ୍ୟାନ ଚାପରେ ଆସିଯିବେ।
୨୦୧୮ରେ ଦିନିକିଅାରେ ଦୁର୍ବଳ ପ୍ରଦର୍ଶନ କରିବା ପରେ ଅଷ୍ଟ୍ରେଲିଆ ଦଳର ପ୍ରଦର୍ଶନରେ ବହୁତ ଉନ୍ନତି ଘଟିଛି। ୨୦୧୮ରେ ଅଷ୍ଟ୍ରେଲିଆ ୧୩ଟି ମ୍ୟାଚ୍ ଖେଳି ୧୧ଟିରେ ପରାସ୍ତ ହୋଇଥିଲା। ୨୦୧୯ରେ ସେମାନେ ୧୫ଟିରୁ ୧୧ଟି ଦିନିକିଆ ଜିତି ସାରିଲେଣି। ଭାରତମାଟିରେ ଦିନିକିଆ ସିରିଜ୍‌ରେ ୦-୨ରେ ପଛୁଆ ରହିବା ସତ୍ତ୍ବେ ଅଷ୍ଟ୍ରେଲିଆ ଏହାକୁ ୩-୨ରେ ଜିତିଥିଲା। ସ୍ମିଥ୍ ଓ ୱାର୍ଣ୍ଣରଙ୍କ ସହ ମିଚେଲ ଷ୍ଟାର୍କ ଦଳକୁ ଫେରିବା ଅଷ୍ଟ୍ରେଲିଆକୁ ଶକ୍ତିଶାଳୀ କରିଛି। ଭାରତ ପାଇଁ ଏହା ଚିନ୍ତାର ବିଷୟ। ତେବ ଭାରତ ପାଇଁ ଏହା ଏକ ଶୁଭସୂଚନା ଯେ ଏହାର ପ୍ରଥମ ୩ ଜଣ ବ୍ୟାଟ୍‌ସମ୍ୟାନଙ୍କ ମଧ୍ୟରୁ ଜଣେ ଶତକ ମାରିଛନ୍ତି। ରୋହିତ ଶର୍ମାଙ୍କ ଶତକ ବଳରେ ହିଁ ଦକ୍ଷିଣ ଆଫ୍ରିକାକୁ ଭାରତ ପରାସ୍ତ କରିଥିଲା। ବିରାଟ କୋହଲି ଜଣେ ଚମ୍ପିଆନ୍ ବ୍ୟାଟ୍‌ସମ୍ୟାନ୍ ଏବଂ ତାଙ୍କ ବ୍ୟାଟ୍‌ରୁ ରନ୍‌ ବାହାରିଲେ ଅଷ୍ଟ୍ରେଲିଆ ଦଳ ଛତ୍ରଭଙ୍ଗ ଦେବ। ତେବେ ଶିଖର ଧାୱନଙ୍କ ଫର୍ମକୁ ନେଇ ଭାରତ ଚିନ୍ତାରେ। ଇଂଲଣ୍ଡରେ ଅଦ୍ୟାବଧି ଧାୱନ ରନ୍ କରିନାହାନ୍ତି। ଉଭୟ ଅଭ୍ୟାସ ମ୍ୟାଚ୍‌ରେ ବିଫଳ ହେବା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ​‌େ​‌ର ମଧ ଧାୱନ ନିରାଶ ହୋଇଛନ୍ତି। ଭୁବନେଶ୍ବର କୁମାରଙ୍କ ସ୍ଥାନରେ ଭାରତ ଫାଷ୍ଟବୋଲର ମହମ୍ମଦ ସାମିଙ୍କୁ ଖେଳାଇବା କଥା ବିଚାର କରୁଛି। ଏହା ମଧ୍ୟ ହୋଇପା​‌େ​‌ର ଯେ କୁଲଦୀପଙ୍କୁ ବସାଇ ଭାରତ ଉଭୟ ସାମି ଓ ଭୁବନେଶ୍ବରଙ୍କୁ ଖେଳାଇପାରେ। ପୁଣି ବ୍ୟାଟିଂକୁ ମଜ୍‌ଭୁତ କରିବା ଲାଗି କେଦାର ଯାଦବଙ୍କ ସ୍ଥାନରେ ଭାରତ ବିଜୟ ଶଙ୍କରଙ୍କୁ ଖେଳାଇପାରେ। ସର୍ଟ ପିଚ୍ ବୋଲିଂ ବିପକ୍ଷ​‌େ​ର ଅଷ୍ଟ୍ରେଲିଆର ବ୍ୟାଟ୍‌ସମ୍ୟାନ ବିଫଳ ହେବା ନେଇ ଏହାର ବ୍ୟାଟିଂ ପ୍ରଶିକ୍ଷକ ରିକି ପଣ୍ଟିଂ ଚିନ୍ତାପ୍ରକାଶ କରିଛନ୍ତି। ଏହାର ଅଭ୍ୟାସ କରାଇବାର ଯୋଜନା ପଣ୍ଟିଂ କରିଥିଲେ ହେଁ ଶନିବାର ବର୍ଷା ଯୋଗୁଁ ଏହା ସମ୍ଭବ ହୋଇନାହିଁ। ସେ ଯାହାହେଉ; ଭାରତ ଓ ଅ​‌େ​‌ଷ୍ଟ୍ରଲିଆ ଉଭୟ ଶକ୍ତିଶାଳୀ ଏବଂ ଏମାନଙ୍କ ମଧ୍ୟରେ ମୁକାବିଲା ବେଶ୍ ଜମିବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories