www.samajalive.in
Tuesday, December 9, 2025
16.1 C
Bhubaneswar

ଖରା ଦିନେ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଖାଆନ୍ତୁ ଛତୁଆ

ଖରାରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଲୋକମା​‌ନେ ଘରୁ ବାହାରିବାକୁ ଅନିଚ୍ଛା ପ୍ରକାଶ କରିଥାଆନ୍ତି। କେତେକ ବ୍ୟକ୍ତି ଗଛ ମୂଳରେ ରହି ଥଣ୍ଡା ରହିବାକୁ ଚେଷ୍ଟା କରିଥାଆନ୍ତି। ଏହାସହ ଅନେକ ଥଣ୍ଡା ପାନୀୟ ଓ ଆଇସକ୍ରୀମ ଖାଇ ଥାଆନ୍ତି। ଏହି ସବୁ ବ୍ୟବସ୍ଥା ଆପଣେଇବା ସତ୍ତ୍ବେ ମଧ୍ୟ ଖରାରୁ ନିସ୍ତାର ମିଳେନାହିଁ। ତେଣୁ ଖରା ଦିନେ ଛତୁଆ ଖାଇ ଗରମରୁ କିଛି ମାତ୍ରାରେ ଉପଶମ ପାଇପାରିବେ।

ଛତୁଆ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏହା ଶରୀରକୁ ଥଣ୍ଡା ରଖିବାରେ ସହାୟକ ହୋଇଥାଏ।

- Advertisement -

ଖରା ଦିନେ ଅଧିକ ଗରମ ଦ୍ବାରା ଶରୀରରୁ ଅଧିକ ଝାଳ ନିର୍ଗତ ହୋଇଥାଏ। ଏହାଦ୍ବାରା ଶରୀରରେ ଜଳର ଅଭାବ ହୋଇଥାଏ। ଶରୀରରେ ଶକ୍ତିର ଅଭାବ ମଧ୍ୟ ପରିଲକ୍ଷିତ ହୋଇଥାଏ। ଖରା ଦିନେ ଶରୀରରେ ଶକ୍ତି ବୃଦ୍ଧି ଓ ଜଳର ଅଭାବକୁ ଦୂରେଇବା ପାଇଁ ପ୍ରତ୍ୟେକ ଦିନ ଛତୁଆ ଖାଇବା ଆବଶ୍ୟକ। ଏହା ଶୀଘ୍ର ଶରୀରକୁ ଶକ୍ତି ଯୋଗାଇବାର କାମ କରିଥାଏ।

ଛତୁଆ ଖାଇବା ଦ୍ବାରା ଏସିଡିଟି, କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାସହ ପାଚନ ତନ୍ତ୍ର ମଜଭୁତ ହୋଇଥାଏ।

ଛତୁଆ ଯକୃତ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏଥରେ ଯଥେଷ୍ଟ ମାତ୍ରାରେ ପ୍ରୋଟିନ ରହିଥାଏ। ଖରା ଦିନେ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ବଦଳରେ ଛତୁଆ ଖାଇବା ଉଚିତ।

ଖରା ଦିନେ ଶରୀରରେ ଜଳୀୟ ଅଂଶର ଅଭାବ ପରିଲକ୍ଷିତ ହୋଇଥାଏଏ। ଝାଡା ଓ ବାନ୍ତି ସମସ୍ୟା ମଧ୍ୟ ଉତ୍ପନ୍ନ ହୋଇଥାଏ। ଠିକ ଭାବେ ପାଣି ନ ପିଇବା ଦ୍ବାରା ପେଟ ସମସ୍ୟା ହୋଇଥାଏ। ତେଣୁ ଖରା ଦିନେ ପେଟକୁ ଥଣ୍ଡା ରଖିବା ପାଇଁ ଓ ଶରୀରକୁ ଶୀତଳ କରିବା ପାଇଁ ଛତୁଆ ଖାଇବା ଉଚିତ।

ଖରା ଦିନେ ମୋଟା ଲୋକଙ୍କ ପାଇଁ ସମସ୍ୟା ଅଧିକ ବଢି ଯାଇଥାଏ। ତେଣୁ ଛତୁଆ ଖାଇବା ଦ୍ବାରା ମୋଟାପଣ କମ ହୋଇଥାଏ। ଚଣା ବା ବୁଟର ଛତୁଆ ଖାଇବା ଦ୍ବାରା ଭୋକ ସମସ୍ୟା ଦୂର ହୋଇଥାଏ। ଏହା ଶରୀରରେ ଡାଏଟ୍ ପରି କାର୍ଯ୍ୟ କରିଥାଏ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories