www.samajalive.in
Monday, December 8, 2025
14.1 C
Bhubaneswar

ବିଷାକ୍ତ ମଦମୃତ୍ୟୁ ଘଟଣା; ମୃତକଙ୍କ ସଂଖ୍ୟା ୨୦କୁ ବୃଦ୍ଧି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାରାମ୍ବକୀ ଜିଲାରେ ବିଷାକ୍ତ ମଦମୃତ୍ୟୁ ଘଟଣାରେ ମୃତକଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଏହି ମାମଲାରେ ପୁଲିସ ୩ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ତାଙ୍କୁ ଧରିବା ଲାଗି ପୁଲିସ ୨୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ପପୁ ଜୟସ୍ବାଲ ନାମକ ବ୍ୟକ୍ତି ଉକ୍ତ ଦେଶୀ ମଦ ଦୋକାନରେ ସେଲ୍ସମ୍ୟାନ ଭାବେ କାର୍ଯ୍ୟ କରୁଥିଲା।

ଗତ ମଙ୍ଗଳବାର ବାରାମ୍ବକୀ ଜିଲାର ରାମନଗର ଅନ୍ତର୍ଗତ ରାଣୀଗଞ୍ଜରେ ଥିବା ଏକ ସରକାରୀ ଦେଶୀମଦ ଦୋକାନରୁ କେତେକ ଲୋକ ଦେଶୀମଦ କିଣି ପିଇଥିଲେ। ମଦ ପିଇବା ପରେ ପ୍ରଥମେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ରହିଥିଲା। ଅସୁସ୍ଥଙ୍କ ମଧ୍ୟରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଜିଲା ଅବକାରୀ ଅଧିକାରୀ, ଅବକାରୀ ନିରୀକ୍ଷକଙ୍କ ସମେତ ୧୫ ଜଣଙ୍କୁ ନିଲମ୍ବନ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ଏକ ଟିମ୍‌ ଗଠନ ହୋଇଛି। ମୁଖ୍ୟ ଅଭିଯୁକ୍ତ ଦାନବୀର ସିଂହ ଫେରାର ଥିବାରୁ ପୁଲିସ ତାଙ୍କ ନାମରେ ୨୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories