www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ୱକପ୍‍ ଅଭ୍ୟାସ ମ୍ୟାଚ : ବାଙ୍ଗଲାଦେଶ ପାଇଁ ୩୬୦ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

କାର୍ଡିଫ: ବିଶ୍ବକପ-୨୦୧୯ ପୂର୍ବରୁ ମଙ୍ଗଳବାର ଇଂଲଣ୍ଡର କାର୍ଡିଫର ସୋଫିଆ ଗାର୍ଡେନରେ ଭାରତ ଓ ବାଙ୍ଗଲାଦେଶ ମଧ୍ୟ‌ରେ ଅଭ୍ୟାସ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଙ୍ଗ କରି ବାଙ୍ଗଲାଦେଶ ପାଇଁ ୩୬୦ରନର ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରିଛି। ବାଙ୍ଗଲାଦେଶ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍ ହରାଇ ୩୫୯ ରନ୍ କରିଛି।
ଭାରତ ପ୍ରଥମେ ବ୍ୟାଟିଙ୍ଗ ଆରମ୍ଭ କରି ୧୦୨ ରନ୍ରେ ୪ଟି ଓ୍ଵିକେଟ ହରାଇଥିଲା। ପରେ ଧୋନି ଓ କେଏଲ୍ ରାହୁଲ ଆସି ଧର୍ୟ୍ୟର ସହ ବ୍ୟାଟିଙ୍ଗ କରି ଦଳକୁ ମଜଭୂତ ସ୍ତିତିକୁ ଆଣିବାରେ ସକ୍ଷମ ହୋଇଥିଲେ। ଉଭୟ ୫ମ ଓ୍ଵିକେଟରେ ଶତାଧିକ ରନ୍ (୧୬୪ ରନ୍) ଭାଗିଦାରୀ କରିଛନ୍ତି। ମହେନ୍ଦ୍ର ସିଂହ ଧୋନି ୭୮ଟି ବଲ ଖେଳି ୮ଟି ଚୌକା ଓ ୭ଟି ଛକା ସହାୟତାରେ ୧୧୩ ରନ୍ କରିଥିଲା‌ବେଳେ କେଏଲ୍ ରାହୁଲ ୯୪ଟି ବଲ ଖେଳି ୧୨ଟି ଚୌକା ଓ ୩ଟି ଛକା ସହାୟତାରେ ୧୦୦ ରନ୍ ସଂଗ୍ରହ କରିଛନ୍ତି।

ଭାରତର ସ୍କୋର ବୋର୍ଡ

ରୋହିତ ଶର୍ମା: ୧୯ ରନ୍‌, ୪୨ ବଲ୍‌, ୧ ଚୌକା
ଶିଖର ଧାଓ୍ଵନ: ୧ ରନ୍‌, ୯ ବଲ୍‌
ବିରାଟ କୋହଲି: ୪୭ ରନ୍‌, ୪୬ ବଲ, ୫ ଚୌକା
କେଏଲ୍ ରାହୁଲ: ୧୦୮ ରନ୍‌, ୯୯ ବଲ, ୧୨ ଚୌକା, ୪ ଛକା
ବିଜୟ ଶଙ୍କର: ୨ ରନ୍‌, ୭ ବଲ  
ମହେନ୍ଦ୍ର ସିଂହ ଧୋନି: ୧୧୩ ରନ୍‌, ୭୮ବଲ, ୮ ଚୌକା, ୭ ଛକା
ହାର୍ଦ୍ଦିକ ପାଣ୍ଡ୍ୟା: ୨୧ ରନ୍‌, ୧୧ ବଲ, ୨ ଚୌକା, ୧ ଛକା
ଦିନେଶ କାର୍ତ୍ତିକ: ଅପରାଜିତ ୭ରନ୍‌, ୫ ବଲ, ୧ ଚୌକା
ରବୀନ୍ଦ୍ର ଜାଦେଜା: ଅପରାଜିତ ୧୧ ରନ୍‌, ୪ ବଲ, ୧ ଚୌକା, ୧ ଛକା

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories