www.samajalive.in
Monday, December 8, 2025
16.1 C
Bhubaneswar

ଆପଣାନ୍ତୁ ଏହି ୫ଟି ଟିପ୍ସ ; କଳା ଓଠ ହେବ ଗୋଲାପି

ମୁହଁର ଗୁରୁତ୍ବପୂର୍ଣ୍ଣ ଅଂଶ ହେଉଛି ଓଠ । ଓଠ କଳା ପଡିବା ଦ୍ବାରା ମୁହଁର ସୌନ୍ଦର୍ଯ୍ୟ ନଷ୍ଟ ହୋଇଥାଏ । ଓଠ କଳା ହେବାର ବିଭିନ୍ନ କାରଣ ରହିଛି । ଜୀବନଶୈଳୀରେ ପରିବର୍ତ୍ତନ, ସୂର୍ଯ୍ୟ କିରଣର ପ୍ରଭାବ, କେମିକାଲ ଯୁକ୍ତ ପ୍ରସାଧନ ସାମଗ୍ରୀର ବ୍ୟବହାର ଏବଂ ମାଦକ ଦ୍ରବ୍ୟର ବ୍ୟବହାର କାରଣରୁ ଓଠରେ କଳାପଣ ଦେଖାଯାଇଥାଏ । ଏହା ବ୍ୟତୀତ ହର୍ମୋନ ଅସନ୍ତୁଳନ ଯୋଗୁଁ ମଧ୍ୟ ଓଠ କଳା ପଡିଥାଏ । ଓଠର କଳାପଣ ଦୂର କରିବା ପାଇଁ ବଜାରରେ ବିଭିନ୍ନ କମ୍ପାନୀର ପ୍ରସାଧନ ସମଗ୍ରୀ ଉପଲବ୍ଧ ରହିଛି । କିନ୍ତୁ ସେସବୁ କ୍ଷଣସ୍ଥାୟୀ । ଅଧିକ ସମୟ ପର୍ଯ୍ୟନ୍ତ ଏହା ସୁଫଳ ଦେଇ ପାରିନଥାଏ । ତେବେ ଆସନ୍ତୁ ଜାଣିବା ଘରୋଇ ଉପାୟରେ ଓଠରୁ କଳାପଣ ଦୂର କରିବାର ଟିପ୍ସ ।

ନଡିଆତେଲ : ଓଠକୁ ଗୋଲାପ ଓ ନରମ କରିବା ପାଇଁ ରାତିରେ ଶୋଇବା ପୂର୍ବରୁ ନଡିଆ ତେଲ ଲଗାଇ ଶୁଅନ୍ତୁ । କିଛି ଦିନ ଏପରି କରିବା ଦ୍ବାରା ଓଠର ରଙ୍ଗ ପରିବର୍ତ୍ତନ ହୋଇଥାଏ ।

- Advertisement -

ଲେମ୍ବୁ ରସ : କଳା ଓଠକୁ ଗୋଲାପି କରିବା ପାଇଁ ଲେମ୍ବୁ ରସରେ ମହୁ ମିଶାଇ ଲଗାନ୍ତୁ । ଏହା ଦ୍ବାରା କଳା ପଡି ଯାଇଥିବା ଓଠ ପୁଣି ଚମକିବ ।

ବିଟ୍ ରସ : ଓଠରେ ବିଟ୍ ରସ ଲଗାଇବା ଦ୍ବାରା କଳାପଣ ଦୂର ହେବା ସହ ଗୋଲାପି ରଙ୍ଗ ହୋଇଥାଏ ।

କାକୁଡି : କାକୁଡି ରସ ସହ ନଡିଆ ବା ପଇଡ ପାଣି ଏବଂ ଲେମ୍ବୁ ରସ ମିଶାଇ ଲଗାଇବା ଦ୍ବାରା ଓଠର କଳାପଣ ଦୂର ହୋଇଥାଏ ।

ହଳଦୀ : ହଳଦୀ ପାଉଡର ସହ ସର ମିଶାଇ ଲଗାଇଲେ ଓଠରୁ କଳାପଣ ଦୂର ହେବ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories