www.samajalive.in
Monday, December 15, 2025
24.1 C
Bhubaneswar

ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର; ଯୋଜନାବଦ୍ଧ ହତ୍ୟାକାଣ୍ଡ ଅଭିଯୋଗ

ପିପିଲି : ପୁରୀ ଜିଲା ପିପିଲି ଥାନା ଅନ୍ତର୍ଗତ ନୂଆଶାସନ ଗ୍ରାମ୍ୟ ରାସ୍ତାର କରିମୂଳ ଠାରେ ଥିବା ସଫେଇ ନାଳ ପୋଲତଳୁ ଶନିବାର ବିଳମ୍ବିତ ରାତିରେ ପିପିଲି ପୁଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ହେଲେ ନିକଟବର୍ତ୍ତି ଖଣ୍ଡିଆଗିରି ଗ୍ରାମର ବିଜୟ ବରାଳଙ୍କ କନିଷ୍ଠ ପୁତ୍ର ସୂର୍ଯ୍ୟକାନ୍ତ ଓରଫ ଭରତ ବରାଳ(୧୮)। ମୃତକଙ୍କ ମୁଣ୍ଡରେ କ୍ଷତ ଚିହ୍ନ ଥିବା ବେଳେ ତାଙ୍କ ବେକରେ ଦାଗ ଥିବା ପରିଲକ୍ଷିତ ହୋଇଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ତାଙ୍କ ବାପା ବିଜୟ ବରାଳ ପିପିଲି ପୁଲିସରେ ଅଭିଯୋଗ କରିଛନ୍ତି। ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ଘଟଣାର ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ସୂର୍ଯ୍ୟକାନ୍ତ ଗତକାଲି ରାତିରେ ନିଜ ବାପାଙ୍କ ସହ ଖାଇ ସାରିବା ପରେ ଘରୁ ବାହାରି କେଉଁଆଡେ ଚାଲି ଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାକୁ ଖୋଜାଖୋଜି କରିଥିଲେ। ତେବେ ରାତି ପ୍ରାୟ ୧୨ଟା ସମୟରେ କରିମୂଳ ଠାରେ ସଫେଇ ପୋଲ ତଳେ ଜଣେ ଯୁବକର ମୃତଦେହ ପଡିଥିବାର କେତେକ ଲୋକେ ଦେଖିବା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ପିପିଲି ଥାନା ଏଏସ୍‍ଆଇ ବିନୟ କୁମାର ଦାସ ସେଠାରେ ପହଞ୍ଚିଥିଲେ। ତେବେ ପୁଲିସ ସେଠାକୁ ଯିବା ପରେ ପୋଲ ତଳେ ପଡିଥିବା ଯୁବକ ଜଣକ ସୂର୍ଯ୍ୟକାନ୍ତ ବୋଲି ଜଣାପଡିଥିଲା। ତାକୁ ସେଠାରୁ ଉଦ୍ଧାର କରାଯାଇ ପିପିଲି ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣା ସ୍ଥଳରୁ ମୃତକର ଗାମୁଛା, ଚପଲ ଆଦିକୁ ଜବତ କରିଛି। ମୃତକର ମୁଣ୍ଡରେ ଗଭିର କ୍ଷତି ଚିହ୍ନ ଥିବା ଓ ବେକରେ ଦାଗ ଥିବା ବେଳେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସୂର୍ଯ୍ୟକାନ୍ତଙ୍କ ବାପା ବିଜୟ ବରାଳ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ସଫେଇ ପୋଲ ଉପରେ ବସିଥିବା ଅବସ୍ଥାରେ ସୂର୍ଯ୍ୟକାନ୍ତ ପୋଲ ତଳକୁ ଖସି ପଡିଥିବା ଓ ସଫେଇ ନାଳରେ ଥିବା ବଡ ପଥରରେ ମାଡ଼ ହୋଇ ମୁଣ୍ଡରେ କ୍ଷତ ସୃଷ୍ଟି ହୋଇଥିବା ପୁଲିସ ଅନୁମାନ କରୁଛି। ଏନେଇ ପିପିଲି ପୁଲିସରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି। ସୂର୍ଯ୍ୟକାନ୍ତର ମୃତ୍ୟୁରେ ଖଣ୍ଡିଆଗିରି ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories