www.samajalive.in
Monday, December 15, 2025
24.1 C
Bhubaneswar

ଇଛାକୃତ ଋଣ ଖିଲାପକାରୀଙ୍କ ନାମ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର ଏକ ସୂଚନା ଅଧିକାର ସମ୍ପର୍କିତ ମାମଲାର ବିଚାର କରି ଭାରତୀୟ ରିଜର୍ଭ ବ୍ୟାଙ୍କ ଇଛାକୃତ ଋଣ ଖିଲାପକାରୀଙ୍କ ନାମ ପ୍ରକାଶ କରିବାକୁ ବାଧ୍ୟ ବୋଲି କହିଛନ୍ତି। ଏହି କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ଇଛାକୃତ ଋଣ ଖିଲାପକାରୀଙ୍କ ନାମ ପ୍ରକାଶ ନ କରିବା ବିଷୟକୁ ସୁପ୍ରିମକୋର୍ଟ ଗୁରୁତ୍ୱର ସହ ଗ୍ରହଣ କରି ଆସନ୍ତା ସମୟରେ ଏହାର ଉଲ୍ଲଂଘନ କୋର୍ଟ ଅବମାନନା ରୂପେ ଗ୍ରହଣ କରାଯିବ ବୋଲି ଅଦାଲତ କଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ଇଛାକୃତ ଋଣ ଖିଲାପକାରୀଙ୍କ ନାମ ପ୍ରକାଶ ନ କରିବା କୋର୍ଟଙ୍କ ୨୦୧୫ ମସିହାର ନିର୍ଦ୍ଦେଶ ଖିଲାପ କରିବା ସହ ସମାନ। ସୂଚନା ଅଧିକାର ଆଇନ ବଳରେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନାମ ପ୍ରକାଶ ନ କରିବା ବିରୁଦ୍ଧରେ ଗିରିଶ ମିତ୍ତଲ ଏବଂ ସୁବାଷ ଚନ୍ଦ୍ର ଅଗ୍ରୱାଲ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇଛନ୍ତି।

- Advertisement -

ଆବେଦନକାରୀ ଦର୍ଶାଇଛନ୍ତି ଯେ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ପୂର୍ବତନ ଗଭର୍ଣ୍ଣର ଉରଜିତ ପଟେଲ ଜାଣିଶୁଣି ଅଦାଲତଙ୍କ ନିର୍ଦ୍ଦେଶର ଅବମାନନା କରିଛନ୍ତି। ସେମାନଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ଆରମ୍ଭ କରିବାକୁ ଆବେଦନକାରୀ କହିଛନ୍ତି। ସୂଚନା ଯୋଗ୍ୟ, ୨୦୧୫ ଡିସେମ୍ବରରେ ଆବେଦନକାରୀ ସୂଚନା ଅଧିକାର ଆଇନ ବଳରେ ଆଇସିଆଇସିଆଇ, ଆକ୍ସିସ, ଏଚଡ଼ିଏଫସି ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ତଦନ୍ତ ରିପୋର୍ଟ ମାଗିଥିଲେ ମଧ୍ୟ ତାହା ସେମାନଙ୍କୁ ଦିଅ ଯାଇନଥିଲା।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories