ପ୍ରଧାନମନ୍ତ୍ରୀଙ୍କର ହେଲିକପ୍ଟର ଯାଞ୍ଚ କରିଥିବା ଆଇଏସ ଅଧିକାରୀ ମହମ୍ମଦ ମହସିନଙ୍କ ନିଲମ୍ବନ ଉପରେ ରହିତାଦେଶ

ନୂଆଦିଲ୍ଲୀ : ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ହେଲିକପ୍ଟରକୁ ଯାଞ୍ଚ କରିଥିବା କର୍ଣ୍ଣାଟକ କ୍ୟାଡର ଆଇଏଏସ୍‌ ଅଧିକାରୀ ମହମ୍ମଦ ମହସିନ୍‌ଙ୍କ ନିଲମ୍ବନ ଉପରେ ଗୁରୁବାର ରହିତାଦେଶ ଲାଗିଛି। କେନ୍ଦ୍ରିୟ ପ୍ରଶାସନିକ ଟ୍ରାଇବ୍ୟୁନାଲ ଏହି ରହିତାଦଶ ଲଗାଇଛନ୍ତି। ନିର୍ବାଚନ କମିସନଙ୍କ ନିର୍ଦେଶରେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ତିନି ସପ୍ତାହ ମଧ୍ୟରେ ଜବାବ ରଖିବାପାଇଁ ଉଭୟ ପକ୍ଷକୁ ନିର୍ଦେଶ ଦିଆଯାଇଛି। ଟ୍ରାଇବ୍ୟୁନାଲରେ ମାମଲାର ପରବର୍ତ୍ତି ଶୁଣାଣି ଜୁନ ୩ରେ ହେବ ବୋଲି ଜଣାପଡ଼ିଛି।

prayash

ସୂଚନା ଯୋଗ୍ୟ, ଓଡ଼ିଶାର ସମ୍ବଲପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟରର ତଲାସୀ କରିଥିବା ଆଇଏଏସ୍‍ ଅଧିକାରୀ ମହମ୍ମଦ ମହସିନଙ୍କୁ ନିର୍ବାଚନ ଆୟୋଗ ନିଲମ୍ବନ କରିଥିଲେ। ନିର୍ବାଚନ ଆୟାଗ ନିର୍ଦେଶରେ ଦର୍ଶାଇଥିଲେ ଯେ ଆଇଏଏସ୍‍ ଅଧିକାରୀ ଜଣକ ଏସ୍‍ପିଜି ସୁରକ୍ଷାଧାରୀଙ୍କ ପାଇଁ ଥିବା ନିୟମ ଏବଂ ପ୍ରକ୍ରିୟା ଅନୁସାରେ କାର୍ଯ୍ୟ କରିନଥିଲେ। ଅଚାନକ ତଲାସୀ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ୧୫ ମିନିଟ ବିଳମ୍ବ ହୋଇଥିଲା। ତେଣୁ କାର୍ଯ୍ୟରେ ତ୍ରୁଟି ପାଇଁ ଆଇଏଏସ୍‍ ଅଧିକାରୀ ମହମ୍ମଦ ମହସିନଙ୍କୁ ନିଲମ୍ବିତ କରାଯାଇଥିଲା।

Comments are closed.