www.samajalive.in
Tuesday, December 9, 2025
16.1 C
Bhubaneswar

ଜାଣନ୍ତୁ, ଗାଈଙ୍କୁ ରୁଟି ସହ ଗୁଡ ମିଶାଇ ଖୁଆଇବାର ମାନ୍ୟତା ବିଷୟରେ ..

ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁଯାୟୀ, ଗାଈଙ୍କୁ ପୂଜନୀୟ ତଥା ଗୋମାତା କୁହାଯାଇଛି। କାରଣ ଧାର୍ମିକ ମାନ୍ୟତା ଅନୁଯାୟୀ, ଗାଈ ଶରୀରରେ ୩୩କୋଟି ଦେବାଦେବୀ ବାସ କରିଥାଆନ୍ତି। ଏହାସହ ଗୋ ସେବାକୁ ପବିତ୍ର କୁହାଯାଇଛି। ରାଜା ଦିଲ୍ଲୀପ ଗାଈଙ୍କ ସେବା କରି ସନ୍ତାନ ପ୍ରାପ୍ତି କରିଥିଲେ ବୋଲି ମାନ୍ୟତା ରହିଛି। ଆଜି ମଧ୍ୟ ଅନେକ ବ୍ୟକ୍ତି ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ଗାଈକୁ ରୁଟି ଖାଇବାକୁ ଦେଇ ଥାଆନ୍ତି। ଗାଈକୁ ରୁଟି ଖୁଆଇବା ପଛରେ ଅନେକ ମହତ୍ତ୍ବ ରହିଛି।

ମାନ୍ୟତା ଅନୁଯାୟୀ, ଗାଈ ଦେହରେ ୩୩କୋଟି ଦେବାଦେବୀ ବାସ କରିଥାଆନ୍ତି। ଗାଈକୁ ରୁଟି ଖୁଆଇବା ଦ୍ବାରା ସମସ୍ତ ଦେବାଦେବୀ ସନ୍ତୁଷ୍ଟ ହୋଇଥାଆନ୍ତି। ଏହାଦ୍ବାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। ତେଣୁ କୁହାଯାଇଛି ଯେ, ଗାଈଙ୍କ ସେବା କରିବା ଦ୍ବାରା ସମସ୍ତ ଦେବାଦେବୀ ସନ୍ତୁଷ୍ଟ ହୋଇଥାଆନ୍ତି। କୁହାଯାଇଛି ଯେ, ଯେଉଁ ଘରେ ଗାଈଙ୍କୁ ସର୍ବଦା ରୁଟି ଖୁଆଇ ସେବା କରାଯାଇଥାଏ ତାଙ୍କର ପରିବାର ସର୍ବଦା ଉନ୍ନତି ଦିଗକୁ ଅଗ୍ରସର କରିଥାଆନ୍ତି। ସେହି ପରିବାରରେ ଯେଉଁମାନେ ଜନ୍ମ ହୋଇଥାଆନ୍ତି ସେମାନେ ଖୁବ ଭାଗ୍ୟଶାଳୀ ମଧ୍ୟ ହୋଇଥାଆନ୍ତି। ତାଙ୍କ ଉପରେ ସମସ୍ତ ଦେବାଦେବୀଙ୍କ କୃପା ରହିଥାଏ। ଏହାସହ ସଂସାରର ସମସ୍ତ ସୁଖ ସେମାନଙ୍କୁ ମିଳିଥାଏ।

- Advertisement -

ମାନ୍ୟତା ରହିଛି ଯେ, ପ୍ରତିଦିନ ଗାଈକୁ ରୁଟି ସହ ଗୁଡ ମିଶାଇ ଖାଇବାକୁ ଦେବା ଦ୍ବାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। କିନ୍ତୁ ଗାଈ ବସିଥିବା ବେଳେ ରୁଟି ସହ ଗୁଡ ମିଶାଇ ଖାଇବାକୁ ଦେବା ଉଚିତ। ଏପରି କରିବା ଦ୍ବାରା ବେରୋଜଗାରୀ ସମସ୍ୟା ଦୂର ହୋଇଥାଏ। ଏହା ବ୍ୟତୀତ ପରିବାରରେ ସମସ୍ତଙ୍କ ସହ ସମ୍ପର୍କ ସୁଦୃଢ ରହିଥାଏ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories