www.samajalive.in
Tuesday, December 9, 2025
15.1 C
Bhubaneswar

ଯୋଗୀଙ୍କର ବିବାଦୀୟ ଟ୍ୱିଟର ପୋଷ୍ଟ ହଟାଇଲେ ଟ୍ୱିଟର କର୍ତ୍ତୃପକ୍ଷ

ନୂଆଦିଲ୍ଲୀ ..-    ସମାଜିକ ଗଣମାଧ୍ୟମ ତଥା ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏକ ଟ୍ୱିଟିକୁ ବ୍ଲଗିଂ ସାଇଟରୁ ହଟାଇ ଦେଇଛି । ଏକ ନିର୍ଦିଷ୍ଟ ଧର୍ମର ଲୋକଙ୍କୁ ଯୋଗୀ ଏହି ଟ୍ୱିଟରେ ଭୁତାଣୁ ବୋଲି କହିଥିଲେ ।

ଏହି ଟ୍ୱିଟରେ କ୍ଲିକ କଲେ ଭାରତର ଆଇନ ବ୍ୟବସ୍ଥା ଅନୁଯାୟୀ ଏହି ଟ୍ୱିଟକୁ ଦେଖି ହେବ ନାହିଁ ବୋଲି ସନ୍ଦେଶ ଆସୁଛି । ଏପ୍ରିଲ ୫ ତାରିଖରେ ଯୋଗୀ ଆଦିତ୍ୟନାଥ ଏହି ଟ୍ୱିଟ କରିଥିଲେ । ରାହୁଲ ଗାନ୍ଧୀ ଓ୍ୱାଇନାଡରେ ପ୍ରାର୍ଥୀ ପତ୍ର ଦାଖଲ କରିବା ପରେ ଏହି ଟ୍ୱିଟ କରିଥିଲେ । ରାହୁଲ ଗାନ୍ଧୀଙ୍କ ନିର୍ବାଚନୀ ସଭାରେ ଶାଗୁଆ ପତାକା ପ୍ରଦର୍ଶନ କରାଯିବାକୁ ନେଇ ଟ୍ୱିଟ କରିଥିଲେ ।

- Advertisement -

ଏହି ଟ୍ୱିଟ ସପକ୍ଷରେ ଯୋଗୀ ଆଦିତ୍ୟନାଥ ମନ୍ତବ୍ୟ ଦେଇଛନ୍ତି । ବିପକ୍ଷର ବିଭାଜନକାରୀ ଶକ୍ତିକୁ ପ୍ରତିହତ କରିବା ପାଇଁ ସେ ଏହି ଟ୍ୱିଟ କରିଥିବା ସୂଚନା ଦେଇଛନ୍ତି । ଯୋଗୀଙ୍କର ଅଲି ଓ ବଜରଙ୍ଗବାଲୀ ମନ୍ତବ୍ୟକୁ ନେଇ ମଧ୍ୟ ନୋଟିସ ଜାରି କରାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories