www.samajalive.in
Tuesday, December 9, 2025
16.1 C
Bhubaneswar

କଷ୍ଟମ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ !

ଭୁବନେଶ୍ବର : ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ କଷ୍ଟମ ଅଧିକାରୀଙ୍କ ନାମରେ ସଙ୍ଗୀନ ଅଭିଯୋଗ କରାଯାଇଛି। କଷ୍ଟମ ଅଧିକାରୀ ବ୍ୟାଙ୍କକରୁ ଫେରୁଥିବା ଜଣେ ଯାତ୍ରୀଙ୍କୁ ଧମକାଇ ତାଙ୍କ ଠାରୁ ୫ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ସୁନା ଆଣିଥିବାରୁ ଟିକସ ଆଳରେ ଉକ୍ତ ଯାତ୍ରୀ ଠାରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଯାତ୍ରୀ ଜଣକ ସୁନା ସମ୍ପର୍କିତ ବୈଧ କାଗଜପତ୍ର ଦେଖାଇବା ସତ୍ତ୍ବେ କଷ୍ଟମ ଅଧିକାରୀ ତାଙ୍କ ଠାରୁ ଟଙ୍କା ଆଦାୟ କରିଥିଲେ। ତେବେ ୫ ହଜାର ଟଙ୍କାର ରସିଦ୍‌ ନ ଦେବାରୁ କଷ୍ଟମ ଅଧିକାରୀଙ୍କ ସହ ଯାତ୍ରୀଙ୍କର ବଚସା ହୋଇଥିଲା। ପରେ ସିଆଇଏସ୍‌ଏଫ୍‌ର ହସ୍ତକ୍ଷେପରେ ଯାତ୍ରୀ ଜଣକ କଷ୍ଟମ ଅଧିକାରୀଙ୍କ ଠାରୁ ତାଙ୍କ ଟଙ୍କା ଫେରି ପାଇଥିଲେ।

ତେବେ ଏହି ଘଟଣାର ସରଜମିନ୍‌ ତଦନ୍ତ ପାଇଁ ଜିଏସ୍‌ଟିର ଅତିରିକ୍ତ କମିଶନର ନିର୍ଦେଶ ଦେଇଛନ୍ତି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories