www.samajalive.in
Monday, December 15, 2025
24.1 C
Bhubaneswar

ଗ୍ରାମର ନାମ ‘ରାଫେଲ’ ; ବିବାଦକୁ ନେଇ ଚିନ୍ତାରେ ଗ୍ରାମବାସୀ

ନୂଆଦିଲ୍ଲୀ : ରାଫେଲ ଶବ୍ଦକୁ ନେଇ ଦେଶରେ ରାଜନୀତି ଜୋର ଧରିଛି। କଂଗ୍ରେସ ରାଫେଲ ଚୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଆସୁଛି। ବିଭିନ୍ନ ରାଜନୈତିକ ସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଚୌକିଦାର ଚୋର ହୈ’ ବୋଲି କହି ତାତ୍ସଲ୍ୟ କରୁ ଛନ୍ତି । ତେଣୁ ଦେଶରେ ରାଫେଲ ଶବ୍ଦକୁ ନେଇ ରାଜନୀତି ଥମିବାରେ ନାଁ ନେଉଁନାହିଁ।
ଛତିଶଗଡର ମହାସମୁନ୍ଦ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏକ ଗ୍ରାମ ରହିଛି ଯାହାର ନାମ ‘ରାଫେଲ’। ଏହାର ଗ୍ରାମବାସୀ ରାଫେଲ ଶବ୍ଦର ବିବାଦକୁ ନେଇ ଚିନ୍ତାରେ ଥିବା ଜଣାପଡିଛି। ଅନ୍ୟକିଛି ଗ୍ରାମବାସୀ ନିଜ ଗ୍ରାମର ନାମ ଜାତୀୟ ଓ ବିଶ୍ୱ ସ୍ତରରେ ଚର୍ଚ୍ଚା ସାଉଁଟୁଥିବା ନେଇ ଖୁସି ଥିବା କହିଛନ୍ତି।  ଓଡ଼ିଶା ଏବଂ ଛତିଶଗଡ ସୀମାବର୍ତ୍ତୀ ଅଞ୍ଚଳରେ ମହାସମୁନ୍ଦ ଲୋକସଭା ଆସନ ରହିଛି।
ରାଫେଲକୁ ନେଇ ଦେଶର ରାଜନୀତି ବଦଳିଯାଇଛି ସତ କିନ୍ତୁ ‘ରାଫେଲ’ ଗ୍ରାମର ରୂପ ବଦଳିନଥିବା ଗ୍ରାମବାସୀ କହିଛନ୍ତି। ଏହି ଗ୍ରାମରେ ରାଫେଲ ଳଢୁଆ ବିମାନ ନିର୍ମାଣ କରାଯାଉ ନାହିଁ। ଏହା ବଦଳରେ ଗ୍ରାମରେ ଇଟା ଭାଟି ଥିବା ଦେଖିବାକୁ ମିଳିଛି। ଗ୍ରାମରେ ପାନୀୟ ଜଳ ସମସ୍ୟା ଏବଂ ବେକାରୀ ଦୁଇଟି ବଡ ସମସ୍ୟା ଥିବା ଗ୍ରାମବାସୀ କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories