www.samajalive.in
Monday, December 15, 2025
14.1 C
Bhubaneswar

ପାଟଣାଗଡରେ ମତଦାନ ପାଇଁ ପ୍ରସ୍ତୁତି : ୪୭ଟି ସମ୍ବେଦନଶୀଳ ବୁଥ୍‍ ମଧ୍ୟରୁ ୪୦ଟି ମାଓ ପ୍ରଭାବିତ

୧୫ଟି ବୁଥ୍‍ ମୋଡେଲ ବୁଥ୍‍ ଭାବରେ ଚିହ୍ନଟ

ପାଟଣାଗଡ : ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ମଙ୍ଗଳବାର ସଂଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଥିବା ବେଳେ ବଲାଙ୍ଗୀର ଲୋକସଭା ଆସନ ଅନ୍ତର୍ଗତ ପାଟଣାଗଡ ବିଧାନସଭା କ୍ଷେତ୍ରରେ ନିର୍ବାଚନ ପରିଚାଳନା ପାଇଁ ପୁଲିଂ ଟିମ ଇଭିଏମ୍‍, ଭିଭିପାଟ୍‍ ମେସିନ ସହ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ନେଇ  ନିଜ ନିଜ ମତଦାନ କେନ୍ଦ୍ର ଅଭିମୁଖେ ବାହାରିଛନ୍ତି । ତେବେ ଖପ୍ରାଖୋଲ ବ୍ଲକର ୩୫ଟି ସଂପୂର୍ଣ୍ଣ ମାଓ ପ୍ରଭାବିତ ଅଞ୍ଚଳରେ ରହିଥିବା ଭୋଟଦାନ କେନ୍ଦ୍ର ମାନଙ୍କର ଅଧିକାରୀମାନଙ୍କୁ ଖପ୍ରାଖୋଲ ଥାନା ପରିସର ମଧ୍ୟରେ ରଖାଯାଇଥିବା ବେଳେ ବୁଧବାର ସକାଳେ ସେମାନଙ୍କୁ ନିଜ ନିଜ କେନ୍ଦ୍ରରେ ପହଞ୍ଚାଇ ଦିଆଯିବ ବୋଲି ଜଣାଯାଇଛି। କେତେକ ପୁଲିଂ ଟିମ୍ ଭୋଟଦାନ କେନ୍ଦ୍ରରେ ପହଞ୍ଚିଯାଇଛନ୍ତି।

ପାଟଣାଗଡ ନିର୍ବାଚନ ମଣ୍ଡଳୀର ୧ ଲକ୍ଷ ୪୩ ହଜାର ୬୩୧ ପୁରୁଷ ଭୋଟର ଏବଂ ୧ ଲକ୍ଷ ୩୬ ହଜାର ୧୮୩ ମହିଳା ଭୋଟରଙ୍କୁ ମିଶାଇ ସମୁଦାୟ ୨ ଲକ୍ଷ ୭୯ ହଜାର ୮୨୪ ମତଦାତା ୩୪୨ଟି ମତଦାନ କେନ୍ଦ୍ରରେ ନିଜ ନିଜ ମତ ସାବ୍ୟସ୍ତ କରିବେ। ସେଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଯାଇଥିବା ଜଣାଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧୫ଟି ମୋଡେଲ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିବା ଜଣାଯାଇଛି।  ତନ୍ମଧ୍ୟରୁ ପାଟଣାଗଡ ବ୍ଲକର ବୁଥ୍‍ ନମ୍ବର ୧୪୨, ୨୮୧, ୨୮୨ ଏବଂ ୧୧୯, ଖପ୍ରାଖୋଲ ବ୍ଲକର ୪୯, ୫୦,୫୧ ଓ ୫୨ ନମ୍ବର ବୁଥ୍‍, ବେଲପଡା ବ୍ଲକର ୨୦୯, ୨୩୨, ୨୩୩, ୩୪୧ ନମ୍ବର ବୁଥ୍‍କୁୁ ମୋଡେଲ ବୁଥ୍‍ ଭାବରେ ପ୍ରତିଷ୍ଠା କରାଯାଇଥିବା ଜଣାଯାଇଛି। ସେହିଭଳି ପାଟଣାଗଡ ଏନଏସିର ରମାଇଁ ହାଇସ୍କୁଲ କେନ୍ଦ୍ର( ନଂ-୨୬୯), ବାଳିକା ବିଦ୍ୟାଳୟ(ନଂ-୨୬୭ ଏବଂ ୨୬୮)କୁ ମୋଡେଲ ବୁଥ୍‍ କରାଯାଇଥିବା କୁହାଯାଇଛି।
ପ୍ରତି ମତଦାନ କେନ୍ଦ୍ର ପାଇଁ ଜଣେ ଲେଖାଏଁ ପ୍ରିଜାଇଡିଂ ଅଫିସର ଏବଂ ୫ ଜଣ ଲେଖାଏଁ ପୋଲିଂ ଅଫିସର ନିଯୁକ୍ତ ହୋଇଥିବା ଜଣାଯାଇଛି। ଏହାବ୍ୟତୀତ ପ୍ରତି ଟିମ୍‍ ସହ ଜଣେ ଲେଖାଏଁ ପୁଲିସ କର୍ମଚାରୀ ନିୟୋଜିତ ଥିବା ବେଳେ ମାଓ ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ସ୍ଥଳେ ୨ ଜଣ ଲେଖାଏଁ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ଜଣାଯାଇଛି। ନିର୍ବାଚନ ମଣ୍ଡଳୀର ୪୭ଟି କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବରେ ଚିହ୍ନଟ କରାଯାଇଥିବା ଜଣାଯାଇଛି। ଖପ୍ରାଖୋଲ ବ୍ଲକରେ ସର୍ବାଧିକ ୩୭ଟି କେନ୍ଦ୍ରକୁ ସମ୍ବେଦନଶୀଳ ଭାବରେ ଚିହ୍ନଟ କରାଯାଇଥିବା ବେଳେ ପାଟଣାଗଡ ବ୍ଲକର ୪ଟି ଏବଂ ବେଲପଡା ବ୍ଲକର ୬ଟି କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବରେ ଚିହ୍ନଟ କରାଯାଇଛି। ଉକ୍ତ କେନ୍ଦ୍ର ମାନଙ୍କ ମଧ୍ୟରୁ ୪୦ଟି କେନ୍ଦ୍ରକୁ ସଂପୂର୍ଣ୍ଣ ଭାବରେ ମାଓ ଉପଦୃତ କେନ୍ଦ୍ର ଭାବରେ ଚିହ୍ନଟ କରାଯାଇଥିବା ବେଳେ ଆଉ ୩ଟି କେନ୍ଦ୍ରରେ ଜାତିଆଣ ଉତ୍ତେଜନା ସହ ମାଓ ଉପଦୃତ କେନ୍ଦ୍ର ଭାବରେ ଚିହ୍ନଟ କରାଯାଇଛି। ତେବେ ସମଗ୍ର ନିର୍ବାଚନ ମଣ୍ଡଳୀରେ ନିର୍ବାଚନକୁ ଅବାଧ ଏବଂ ନିରପେକ୍ଷ କରିବା ପାଇଁ ନିର୍ବାଚନ ଅଧିକାରୀ ସାକ୍ତ୍ୟ କ୍ରିଷ୍ଣାନ କେପି ଗୁରୁତ୍ୱ ଦେଉଥିବା ସହ ମାଓ ଅଞ୍ଚଳରେ ମଧ୍ୟ ଏହାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସାଧାରଣ ପୁଲିସ ବ୍ୟତୀତ ସିଆରପିଏଫ୍‍, ଡିଡ଼ିଏଫ୍‍, ଏସଏସଜି ଫୋର୍ସକୁ ମୁତୟନ କରାଯିବ ବୋଲି ଉପଖଣ୍ଡୀୟ ପୁଲିସ ଅଧିକାରୀ ସୁରେଶ ନାଏକଙ୍କଠାରୁ ପ୍ରକାଶ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories