ହ୍ରଦ ତଳେ ଥିଲା ୧୦୭ ବର୍ଷର ପୁରୁଣା ଜାହାଜ !

0

ଏଇ ନିକଟରେ ଆମେରିକାର ଲେକ୍ ସୁପରିୟରର ୨୭୦ ଫୁଟ୍ ଗଭୀରରେ ୧୦୭ ବର୍ଷ ପୁରାତନ ଜାହାଜ ଠାବ ହୋଇଛି। ଶୀତରେ ଅଧିକାଂଶ ଦିନ ଏହି ହ୍ରଦରେ ବରଫ ଜମାଟ ବାନ୍ଧେ। ତେବେ ଏହାର ନିମ୍ନଭାଗରେ ଯେ ଏତେ ବଡ଼ ଜାହାଜଟିଏ ଥିବ, ତାହା କେହି ସୁଦ୍ଧା ଚିନ୍ତା କରିନଥିଲେ। ୩୫ ବର୍ଷୀୟ ଫଟୋଗ୍ରାଫର ବେକି ହ୍ରଦର ଗଭୀରତାରେ ବିଭିନ୍ନ ଫଟୋ ଉଠାଉଥିବାବେଳେ ଏହି ଜାହାଜକୁ ଠାବ କରିଥିଲେ। ମାତ୍ର ୧୦୦ ମିନିଟର ଅମ୍ଳଜାନ ନେଇ ହ୍ରଦ ଗଭୀରକୁ ଯାଇଥିବା ବେକି ୭୫ ମିନିଟ୍ ପରେ ଉପରକୁ ଆସିଥିଲେ। ୨୦୦ ଫୁଟ୍ ଲମ୍ବା ଏହି ଜାହାଜ ସ୍କଟଲାଣ୍ଡରେ ନିର୍ମିତ ହୋଇଥିବାର ତଥ୍ୟ ମିଳିଛି। ଜାହାଜର ଆଭ୍ୟନ୍ତରୀଣ ଦୃଶ୍ୟ ବେଶ୍ ରୋଚକ ଥିଲା। କାରଣ ସମସ୍ତ ଜିନିଷ ଯେପରି ପିଆନୋ, ଟେବୁଲ, ଚେୟାର, ଖଟ ସବୁକିଛି ଯଥା ସ୍ଥାନରେ ବ୍ୟବସ୍ଥିତ ଥିଲା। ୧୦୭ ବର୍ଷ ପୁରାତନ ଜାହାଜର ଫଟୋ ନେଇ ବେକି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ। ଏବେ ସେଠାରେ ବିଶେଷଜ୍ଞଙ୍କ ଭିଡ଼ ଲାଗିଛି।

Leave A Reply