www.samajalive.in
Sunday, December 7, 2025
16.1 C
Bhubaneswar

ଜର୍ମାନୀରେ ପ୍ରବାସୀ ଭାରତୀୟଙ୍କୁ ହତ୍ୟା

ମ୍ୟୁନିକ୍‌: ଜର୍ମାନୀର ମ୍ୟୁନିକ ସହରରେ ଜଣେ ପ୍ରବାସୀ ଭାରତୀୟଙ୍କୁ ହତ୍ୟା କରାଯାଇଛି। ଜଣେ ଯୁବକ ତାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ପ୍ରଶାନ୍ତି ବାସାରୁର। ଆକ୍ରମଣରେ ତାଙ୍କ ପତ୍ନୀ ସ୍ମିତା ବାସାରୁର ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପୁଲିସ ସୂଚନା ଦେଇଛି।

ସୂଚନା ମୁତାବକ, ପ୍ରଶାନ୍ତ ଏବଂ ତାଙ୍କ ପତ୍ନୀ ଗତବର୍ଷ ଜର୍ମାନ ନାଗରିକତ୍ଵ ଲାଭ କରିଥିଲେ। ଉଭ​​‌ୟେ ମ୍ୟୁନିକ ସହରର ଏକ ଆପାର୍ଟମେଣ୍ଟରେ ସେମାନେ ରହୁଥିଲେ। ସେଠାରେ ରହୁଥିବା ଜଣେ ଯୁବକଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଉକ୍ତ ଯୁବକ ପ୍ରଶାନ୍ତ ଏବଂ ତାଙ୍କ ପତ୍ନୀଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ପ୍ରଶାନ୍ତଙ୍କ ଶରୀରକୁ ଏକାଧିକ ଥର ଛୁରାଘାତ କରିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ କାବୁ କରିବା ସହ ପୀଡ଼ିତଙ୍କୁ ହସ୍ପିଟାଲ ପଠାଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories