www.samajalive.in
Monday, December 15, 2025
24.1 C
Bhubaneswar

ସୁଯୋଗ ମିଲିଲେ ଭାରତ ଫେରିବାକୁ ପ୍ରସ୍ତୁତ: ରଘୁରାମ ରାଜନ

ନୂଆଦିଲ୍ଲୀ : ଆଗାମୀ ଦିନରେ ଭାରତରେ କୌଣସି କାମ କରିବାର ସୁଯୋଗ ମିଳିଲେ ଦାୟିତ୍ୱ ନେବାକୁ ପ୍ରସ୍ତୁତ ଅଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ବୁଧବାର କହିଛନ୍ତି। ବିରୋଧୀଙ୍କ ମହାମେଣ୍ଟ ବିଜୟୀ ହେଲେ ରଘୁରାମ ରାଜନଙ୍କୁ ଅର୍ଥ ମନ୍ତ୍ରୀ କରାଯାଇପାରେ ବୋଲି ଆଲୋଚନା ଚାଲିଥିବାବେଳେ ସେ ଏହି ବୟାନ ଦେଇଛନ୍ତି। ରଘୁରାମ ଏବେ ଚିକାଗୋ ବିଶ୍ୱବିଦ୍ୟାଳୟର ବୁଥ ସ୍କୁଲ ଅଫ ବିଜନେସରେ ପ୍ରଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି। ରାଜନ କହିଛନ୍ତି ଯେ ସେ ଯେଉଁଠି ଅଛନ୍ତି ଖୁସୀ ଅଛନ୍ତି। କିନ୍ତୁ ସୁଯୋଗକୁ ଅପେକ୍ଷା କରିଛନ୍ତି। ସୁଯୋଗ ମିଳିଲେ ସେ ଭାରତ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ନିଜ ପୁସ୍ତକ ‘ଥାର୍ଡ ପିଲର’ ଲୋକାର୍ପଣ ଅବସରରେ ରଘୁରାମ ଏହି କଥା କହିଛନ୍ତି।
ପ୍ରକାଶଯୋଗ୍ୟ ଯେ ରାଜନ ୨୦୧୬ ସେପ୍ଟେମ୍ବରରେ ଆରବିଆଇ ଗଭର୍ଣ୍ଣର ପଦ ଛାଡ଼ିଥିଲେ। ସରକାର ତାଙ୍କ କାର୍ଯ୍ୟକାଳକୁ ଆଉ ବଢାଇନଥିଲେ।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories