www.samajalive.in
Monday, December 15, 2025
24.1 C
Bhubaneswar

୫୦୦ କୋଟି ଟଙ୍କାର ହେରୋଇନ ଜବତ, ୯ ଇରାନୀ ନାଗରିକ ଗିରଫ

ଅହମଦାବାଦ : ଆତଙ୍କବାଦୀ ନିରୋଧ ଦଳ (ଏଟିଏସ) ଏବଂ ଭାରତୀୟ ତଟରକ୍ଷୀ ବାହିନୀ ମିଳିତ ଭାବେ ବୁଧବାର ଗୁଜରାଟ ବନ୍ଦରରୁ ୫୦୦ କୋଟି ଟଙ୍କାର ହେରୋଇନ ଜବତ କରିଛନ୍ତି। ହେରୋଇନ ଚାଲଣ ଅଭିଯୋଗରେ ୯ ଜଣ ଇରାନୀ ନାଗରିକଙ୍କୁ ଗିରଫ କରାଯାଇଛି। ପ୍ରମାଣ ନଷ୍ଟ କରିବା ପାଇଁ ଚାଲାଣକାରୀ ବୋଟରେ ନିଆଁ ଲଗାଇ ଦେଇଥିଲେ। ତେବେ ବୋଟ ନଷ୍ଟ ହେବା ପୂର୍ବରୁ ତଟରକ୍ଷୀ ବାହିନୀ ପ୍ରାୟ ୧୦୦ କିଲୋଗ୍ରାମର ହେରୋଇନ ଜବତ କରିନେଇଥିଲା। ସୂଚନା ଅନୁସାରେ ୯ ଇରାନୀ ନାଗରିକ ପାକିସ୍ତାନର ଗ୍ୱାଦର ବନ୍ଦରରୁ ହେରୋଇନ ନେଇ ଗୁଜରାଟ ବନ୍ଦରକୁ ଆସୁଥିଲେ। ପାକିସ୍ତାନ ନାଗରିକ ହମିଦ ମାଲିକଠାରୁ ସେ ହେରୋଇନ ଆଣିଥିଲା। ଗୁଜୁରାଟ ବନ୍ଦରରୁ ଏହାକୁ ଦେଶର ଅନ୍ୟ କୋଣକୁ ପଠାଯାଇଥାନ୍ତା। ହେରୋଇନ ଚାଲଣ ନେଇ ପ୍ରଥମେ ଏଟିଏସକୁ ଖବର ମିଳିଥିଲା। ଏଟିଏସ୍‍ ଦଳ ତଟରକ୍ଷୀ ବାହିନୀ ସହ ମିଶି ଗୁଜୁରାଟ ବନ୍ଦର ଓ ଆଖପାଖ ଅଞ୍ଚଳ ଉପରେ ନଜର ରଖିଥିଲେ। ଚାଲାଣକାରୀ ସନ୍ଦେହ କରି ବୋଟରେ ନିଆଁ ଲଗାଇ ଦେଇଥିଲା। ହେରୋଇନ ଚାଲାଣରେ ଭାରତୀୟ ନାଗରିକ ମଧ୍ୟ ସାମିଲ ଅଛନ୍ତି ବୋଲି କୁହାଯାଉଛି।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories