www.samajalive.in
Monday, December 8, 2025
14.1 C
Bhubaneswar

ଗବେଷଣା କଟକଣା

ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ଜାରି ହୋଇଥିବା ଏକ ନିର୍ଦେଶାବଳୀରେ କୁହାଯାଇଛି ଯେ ବିଶ୍ବବିଦ୍ୟାଳୟ, ବିଶେଷକରି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟଗୁଡ଼ିକ ଅନାବଶ୍ୟକ ବିଷୟବସ୍ତୁ ଉପରେ ଗବେଷଣା (ପିଏଚଡି)କୁ ନିରୁତ୍ସାହିତ କରି ଜାତୀୟ ଅଗ୍ରାଧିକାର କ୍ଷେତ୍ର ଉପରେ ଗବେଷଣାକୁ ଗୁରୁତ୍ବ ଦେବା ଆବଶ୍ୟକ। ଅତଏବ ଯେଉଁ ଗାଇଡ଼ମାନେ ଗବେଷକମାନଙ୍କୁ ପିଏଚଡି ପାଇଁ ପଞ୍ଜିକୃତ କରିବାକୁ ଅନୁମତି ଦେଉଛନ୍ତି ସେମାନଙ୍କ ଉପରେ ଏହି ନିର୍ଦେଶାବଳୀ ଏକ କଟକଣା। ତେଣୁ ସ୍ବାଧୀନଭାବେ ଗବେଷକ ଓ ଗାଇଡ୍‌ ନିଜନିଜର ଆଗ୍ରହର କ୍ଷେତ୍ର ଏବଂ ବିଷୟବସ୍ତୁ ବାଛି ପାରିବେ ନାହିଁ। ଦ୍ବିତୀୟ କଥାଟି ହେଲା ଅଗ୍ରାଧିକାର କ୍ଷେତ୍ର ଉପରେ ପିଏଚଡି କେନ୍ଦ୍ରୀଭୂତ ହେଲେ ଅନ୍ୟ ଯେଉଁ କ୍ଷେତ୍ର ସବୁ ରହିଲା ତାହାର ଗବେଷଣା ଅବଶ୍ୟ ପ୍ରଭାବିତ ହେବ। ଆନ୍ତଃ ବୈଷୟିକ ଗବେଷଣାର ପରିସର ଏତେ ବ୍ୟାପକ ଯେ ଏଥିରେ ବିଭିନ୍ନ ବିଷୟ ଉପରେ ସ୍ବତନ୍ତ୍ର ଅନୁଧ୍ୟାନ କରିବାର ଅବକାଶ ରହିଛି। ଏକାଡେମିକ ରିସର୍ଚ୍ଚର ମୁଖ୍ୟ ଉଦ୍ଦେଶ୍ୟ ହେଲା ନୂଆ ବିଜ୍ଞାନ ଓ ସତ୍ୟ ଅନୁସନ୍ଧାନ କରି ତାହାକୁ ଲୋକଲୋଚନକୁ ଆଣିବା; କାରଣ ଏହା ସାମାଜିକ ବିକାଶରେ ସହାୟକ ହୋଇଥାଏ। ଏହା ନିରନ୍ତର ଶିକ୍ଷାର ସୁଯୋଗ ଦିଏ।
ଅବଶ୍ୟ ଏହି ନିର୍ଦେଶନାମାର ଗୋଟିଏ ଭଲ ଦିଗ ହେଲା ଏହା ଜାତୀୟ ଅଗ୍ରାଧିକାର ବିଷୟକୁୁ ଗୁରୁତ୍ବ ଦେଉଛି। ଏକ୍ଷେତ୍ରର ଗବେଷଣାଲବ୍ଧ ତଥ୍ୟ ନୀତି ନିର୍ଦ୍ଧାରଣ ଓ ଶାସନ ବ୍ୟବସ୍ଥା ପାଇଁ ସହାୟକ ହୋଇପାରେ। ଦ୍ବିତୀୟ କଥାଟି ହେଲା- ଅନାବଶ୍ୟକ ବା ଅଣ-ଅଗ୍ରାଧିକାର ବିଷୟବସ୍ତୁ ଉପରେ ପିଏଚଡିକୁ ନିରୁତ୍ସାହିତ କରିବା ଅର୍ଥ ସେ ସବୁ ବିଷୟକୁ ଅବହେଳା ପ୍ରଦର୍ଶନ କରିବା। ରାଷ୍ଟ୍ର, ସମାଜ, ଗୋଷ୍ଠୀ, ସମୁଦାୟ, କଳା, ସାହିତ୍ୟ, ସଂସ୍କୃତି ଓ ଏମିତି ଆହୁରି କିଛି ବିଭାଗ ରହିଛି ଯେଉଁଠି ଗବେଷଣାର ଆବଶ୍ୟକତା ରହିଛି। ସେ ସବୁକୁ ଅନାବଶ୍ୟକ ଓ ଅଣ-ଅଗ୍ରାଧିକାର ବିଚାରକଲେ ଠିକ୍‌ ହେବ ନାହିଁ। ସର୍ବୋପରି ଏହି ଅଗ୍ରାଧିକାର ଓ ଅଣ-ଅଗ୍ରାଧିକାର ବିଷୟକୁ ଚୂଡ଼ାନ୍ତ କରିବ କିଏ?
ଏକଥା ସତ ଯେ ଏବେ ଦେଶରେ ଗବେଷଣାର ମାନ ଯଥେଷ୍ଟ କମିଛି। ଏହା ଲକ୍ଷ୍ୟଠାରୁ ଦୂରେଇ ଏକ ବିଳାସ ଓ ବ୍ୟବସାୟରେ ପରିଣତ ହୋଇଛି। ଯେଉଁମାନେ ବିନା ଅଧ୍ୟୟନ ଓ ଗବେଷଣାରେ ଡକ୍ଟର ଡିଗ୍ରୀ କିଣି ସାମାଜିକ ଓ ବୃତ୍ତିଗତ ଫାଇଦା ଉଠାଇବାରେ ବ୍ୟସ୍ତ ସେମାନଙ୍କ ପାଇଁ କଟକଣା ରହିବା ଭଲ। ତା’ର ଅର୍ଥ ନୁହେଁ ଜଣେ ଆଗ୍ରହୀ ଗବେଷକର ମନୋନୀତ ବିଷୟ ପାଇଁ ତାଙ୍କୁ ଗବେଷଣା ସୁଯୋଗରୁୁ ବଞ୍ଚିତ କରିବା। କେନ୍ଦ୍ରସରକାର ଏ ସଂକ୍ରାନ୍ତ ନିଜ ନିଷ୍ପତ୍ତିର ପୁନଃ ସମୀକ୍ଷା କରିବା ଆବଶ୍ୟକ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories