www.samajalive.in
Sunday, December 7, 2025
26.1 C
Bhubaneswar

ଡିଭାଇଡରରେ ପିଟି ହୋଇ ବସ୍‌ରେ ଲାଗିଲା ନିଆଁ , ୪ ମୃତ

ଲକ୍ଷ୍ମୌ ..-  ଉତ୍ତର ପ୍ରଦେଶରେ ଏକ ସଡକ ଦୁର୍ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ହୋଇଛି ।  ଉତ୍ତର ପ୍ରଦେଶର ମୈନିପୁରରେ ଏକ ବସ୍‌ ନିୟନ୍ତ୍ରଣ ହରାଇ ଡିଭାଇଡର୍‌ରେ ପିଟି ହୋଇଯିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି।  ଆଗ୍ରା ଓ ଲକ୍ଷ୍ମୌ ଏକ୍ସପ୍ରେସଓ୍ୱେରେ ଏହି ଦୁର୍ଘଟଣା ଘଟିଛି । ଅନ୍ୟ ଏକ ଗାଡିକୁ ଅତି ତୀବ୍ର ଗତିରେ ଅତିକ୍ରମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ବସ୍‌ଟି ଲକ୍ଷ୍ମୌରୁ ଦିଲ୍ଲୀ ଯାଉଥିଲା । ମୈନପୁର ନିକଟରେ ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ ଓ୍ୱେରେ ଏହି ବସ୍‌ଟି ଡିଭାଇଡର୍‌ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ନିଆଁ ଲାଗିଯାଥିଲା ।  ବିଳମ୍ବିତ ରାତ୍ରୀ ୨ଟା ସମୟରେ ଏହି ଘଟଣା ଘଟିଥିଲା । ଜଣେ ଶିଶୁ ଓ ବସ୍‌ର କଣ୍ଡକ୍ଟରଙ୍କ ସହ ଆଉ ଦୁଇଜଣ  ବସ୍‌ ଭିତରେ ନିଆଁରେ ପୋଡି ହୋଇ ମୃତ୍ୟୁ ବରଣ କରିଛନ୍ତି । ଏଥିରେ ଅନ୍ୟ ୩ ଜଣ ପୋଡି ହୋଇ ଆହତ ହୋଇଥିଲେ ।  ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କଥା ଜଣା ପଡିଛି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories