www.samajalive.in
Sunday, December 7, 2025
18.1 C
Bhubaneswar

ଆତଙ୍କବାଦୀ ଆକ୍ରମଣ ଆଶଙ୍କା; ଦିଲ୍ଲୀ, ମୁମ୍ବଇ ଏବଂ ଗୋଆରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ମସଜିଦରେ ଆକ୍ରମଣର ପ୍ରତିଶୋଧ ଭାବେ ଭାରତରେ ବଡ଼ଧରଣର ଆକ୍ରମଣ ପାଇଁ ଆତଙ୍କବାଦୀମାନେ ଯୋଜନା କରୁଛନ୍ତି। ମୁମ୍ବଇ, ଦିଲ୍ଲୀ କିମ୍ବା ଗୋଆ ଭଳି ବଡ଼ ସହରରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଫଳରେ ଦିଲ୍ଲୀ, ମୁମ୍ବଇ ଏବଂ ଗୋଆରେ ହାଇ ଆଲର୍ଟ ଜାରି କରାଯାଇଛି। ସ୍ଥାନୀୟ ପୁଲିସ୍‍ ଓ ସୁରକ୍ଷା ବାହିନୀକୁ ସଜାଗ ରହିବାକୁ କୁହାଯାଇଛି। ଏହି ୩ ସହରର ଗୀର୍ଜା ଉପରେ ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି। ବଡ଼ ଗାଡ଼ି ଯୋଗେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି। ମୁମ୍ବଇରେ ଇସ୍ରାଏଲର ଦୂତାବାସ, ମହାବାଣିଜ୍ୟିକ ଦୂତାବାସ ଏବଂ ଛାବଡ଼ ହାଉସରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇବାକୁ ନିର୍ଦେଶ ଦିଆଯାଇଛି। ନ୍ୟୁଜିଲାଣ୍ଡରେ ମସଜିଦରେ ମୁସଲମାନଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ସ୍ୱରୁପ ଭାରତରେ ଆକ୍ରମଣ ପାଇଁ ଯୋଜନା କରାଯାଇଛି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୩ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

Hot this week

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

Related Articles

Popular Categories