ରାହୁଲ ଗାନ୍ଧୀଙ୍କୁ ଆଳୁ ଓ ଆମ୍ବ ଭିତରେ ଫରକ ଜଣାନାହିଁ : ଯୋଗୀ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ପଶ୍ଚିମ ଉତ୍ତରପ୍ରଦେଶରୁ ୨୦୧୯ ଲୋକସଭା ନିର୍ବାଚନର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ସାହରନପୁରରେ ଯୋଗୀ ଆଦିତ୍ୟନାଥ ଦେବୀ ମା ଶାକୁମ୍ଭରୀ ଦେବୀଙ୍କ ଆଶୀର୍ବାଦ ନେଇଥିଲେ। ଏହାପରେ ଏକ ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନିଜ ସରକାରର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଯୋଗୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ। ଯୋଗୀ କହିଥିଲେ ଯେ ରାହୁଲ ଗାନ୍ଧୀଙ୍କୁ ଆମ୍ବ ଓ ଆଳୁ ମଧ୍ୟରେ ଫରକ ଜଣାନାହିଁ। ଆଳୁ ଭଳି ଆମ୍ବ ଫଳେ ବୋଲି ରାହୁଲ ଭାବୁଛନ୍ତି। ରାହୁଲ ଗାନ୍ଧୀଙ୍କ ନାମ ନଧରି ଯୋଗୀ କହିଥିଲେ ଯେ ନାମଦାରୋଙ୍କ କୂଳଦୀପକ କହୁଥିଲେ ଯେ ଆଖୁ ଗଛ ଲଗାନ୍ତୁ ନାହିଁ, ଆମେ କ୍ଷମତାକୁ ଆସିଲେ ଦେଢ ଫୁଟର ଆଳୁ ଗଜୁରେଇ ଦେବୁ। ଯେଭଳି ଆମ୍ବ ଫଳେ ସଭେଳି ଆଳୁ ଫଳେ ବୋଲି ରାହୁଲ ଭାବୁଛନ୍ତି। ଉତ୍ତରପ୍ରଦେଶରେ ଗୁଣ୍ଡାରାଜ ଶେଷ ହୋଇଛି। ୨ ବର୍ଷର କାର୍ଯ୍ୟକାଳରେ ଗୁଣ୍ଡାରାଜ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଛି। ଏଠାରେ ଲୋକଙ୍କୁ ସୁରକ୍ଷିତ ପରିବେଶ ଦିଆଯାଇଛି। ଏଠାରେ ଗୁଣ୍ଡାଙ୍କ ପାଇଁ କେଳବ ଜେଲ ଗୋଟିଏ ଜାଗା ରହିଛି।

Leave A Reply