www.samajalive.in
Sunday, December 7, 2025
23.1 C
Bhubaneswar

ପାର୍କିଙ୍ଗ ସ୍ଥଳରେ ମହିଳାଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ

ନୂଆଦିଲ୍ଲୀ : ଦିଲ୍ଲୀରେ ପାର୍କିଙ୍ଗ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଥିପାଇଁ ମହିଳାମାନେ ଅନେକ ସମୟରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିରେ ସୁଧାର ଆଣିବା ଲାଗି ମହାନଗର ନିଗମ ପକ୍ଷରୁ ପଦକ୍ଷେପ ନିଆଯାଇଛି। ମହିଳା ଓ ଦିବ୍ୟାଙ୍ଗମାନଙ୍କ ପାଇଁ ପାର୍କିଙ୍ଗ ସ୍ଥଳରେ ସ୍ଥାନ ସଂରକ୍ଷଣ ରଖାଯିବ ବୋଲି ନିଷ୍ପତ୍ତି ହୋଇଛି। ଉତ୍ତର ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ, ଅଣ୍ଡରଗ୍ରାଉଣ୍ଡ ବଜାର ଓ ପାର୍କିଙ୍ଗ ସ୍ଥଳରେ ମହିଳାଙ୍କ ପାଇଁ ୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିବା ପାଇଁ ଠିକାଦାରଙ୍କୁ ନିର୍ଦେଶ ହୋଇଛି । ଏହା ସହ ଦିବ୍ୟାଙ୍ଗମାନଙ୍କ ପାଇଁ ମଧ୍ୟ ୩ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖାଯିବ ବୋଲି ଉତ୍ତରୀ ଏମସିଡିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

- Advertisement -

ସୂଚନାଯୋଗ୍ୟ, ଦିଲ୍ଲୀରେ ଏକ କୋଟିରୁ ଅଧିକ ପଞ୍ଜୀକୃତ ଯାନବାହନ ରହିଛି। ଏସବୁର ପାର୍କିଙ୍ଗ ବ୍ୟବସ୍ଥା ନିଗମ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହି କାରଣରୁ ପାର୍କିଙ୍ଗସ୍ଥଳରେ ସମସ୍ୟା ଦୂର କରିବା ପାଇଁ ନିଗମ ପକ୍ଷରୁ ମହିଳା ଓ ଦିବ୍ୟାଙ୍ଗଙ୍କ ଲାଗି ସ୍ଥାନ ସଂରକ୍ଷଣ ପ୍ରସ୍ତାବ ଦିଆଯାଇଛି । ହାଇକୋର୍ଟଙ୍କ ଦ୍ବାରା ନିଯୁକ୍ତ କମିଟିର ୧୧ଟି ପ୍ରସ୍ତାବ ଆଧାରରେ ଦିଲ୍ଲୀ ନଗର ନିଗମ ଏହି ପଦକ୍ଷେପ ନେଇଛି । ଯାହା ଦ୍ବାରା ସହରର ପାର୍କିଙ୍ଗ ବ୍ୟବସ୍ଥାରେ ସୁଧାର ଆସିପାରିବ । ଦକ୍ଷିଣ ଦିଲ୍ଲୀ ମହାନଗର ନିଗମର ଡେପୁଟି କମିଶନର ପ୍ରେମ ଶଙ୍କର ଝା କହିଛନ୍ତି ଯେ, ବୋର୍ଡ ଏବଂ ଥର୍ମୋପ୍ଲାଷ୍ଟିକ ପେଣ୍ଟ ସାହାଯ୍ୟରେ ଏହି ସଂରକ୍ଷଣ ସ୍ଥାନକୁ ଚିହ୍ନଟ କରାଯିବ ।

ବର୍ତ୍ତମାନ ସୁଦ୍ଧା ଏସଡିଏମସି ଦ୍ବାରା ୧୦୨ ପାର୍କିଙ୍ଗ ସ୍ଥଳ କାର୍ଯ୍ୟକାରୀ ହେଉଛି । ସେଗୁଡିକ ମଧ୍ୟରୁ ୯୯ଟି ଉତ୍ତର ଦିଲ୍ଲୀ ସହ ଏବଂ ୫୦ଟି ପୂର୍ବ ଦିଲ୍ଲୀ ସହ ମିଶି କାର୍ଯ୍ୟ କରୁଛି । ପାର୍କିଙ୍ଗସ୍ଥଳ ସଂଖ୍ୟା ୧୫୦କୁ ବୃଦ୍ଧି କରିବା ପାଇଁ ପୂର୍ବ ଦିଲ୍ଲୀର ନଗର ନିଗମ ପକ୍ଷରୁ ହାଇକୋର୍ଟ କମିଟିକୁ ଅନୁରୋଧ କରାଯାଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories