www.samajalive.in
Tuesday, December 9, 2025
26.1 C
Bhubaneswar

ଲୋକସଭା ନିର୍ବାଚନ; କଂଗ୍ରେସର ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଶନିବାର ବିଳମ୍ବିତ ରାତିରେ ୨୭ ଜଣିଆ ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ କେରଳର ୧୨, ଉତ୍ତରପ୍ରଦେଶର ୭, ଛତିଶଗଡ଼ର ୫, ଅରୁଣାଚଳ ପ୍ରଦେଶର ୨ ଏବଂ ଆଣ୍ଡାମାନ ନିକୋବରର ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି। କେରଳର କାସରଗୋଡ଼ ଲୋକସଭା ଆସନରୁ କଂଗ୍ରେସ ରାଜମୋହନ ଉନ୍ନିଥନଙ୍କୁ ପ୍ରାର୍ଥୀ କରିଥିବାବେଳେ କୋଝିକୋଡ଼ ଆସନରୁ ଏମ.କେ ରାଘବନ, ପାଲକ୍କଡ଼ରୁ ଭି.କେ ଶଙ୍‍ଖଟନ, ଏର୍ଣ୍ଣାକୁଲମ ଆସନରୁ ହିବି ଇଣ୍ଡେନ, ଇଡୁକି ଆସନରୁ ଡିନ୍‍, କ୍ୟୁରିୟାକୋସ, କନୁର ଆସନରୁ ସୁଧାକରଣଙ୍କୁ ପ୍ରାର୍ଥୀ କରିଛି। ସେହିପରି ଉତ୍ତରପ୍ରଦେଶର କୈରାନା ଆସନରୁ ହରିନ୍ଦର ମଲିକ, ବିଜନୌର ଆସନରୁ ଇନ୍ଦିରା ଭାଟି, ମେରଠରୁ ଓମପ୍ରକାଶ ଶର୍ମା, ଗୌତମବୁଦ୍ଧ ନଗରରୁ ଅରବିନ୍ଦ ସିଂହ ଚୌହାନ, ଅଲିଗଡ଼ରୁ ଚୌଧୁରୀ ବୃଜେନ୍ଦର ସିଂହ, ଘାସି ଆସନରୁ ବଳାକୃଷ୍ଣ ଚୌହାନ ଏବଂ ହରିମପୁର ଆସନରୁ ପ୍ରିତମ ଲୋଧୀଙ୍କୁ ପ୍ରାର୍ଥୀ କରାଯାଇଛି। ଛତିଶଗଡ଼ରୁ ସରଗୁଜା ଆସନରୁ ଖେଲସାୟ ସିଂହ, ରାୟଗଡ଼ରୁ ଲାଲଜୀତ ସିଂହ ରାଠିଆ, ଜାଜଗିର-ଚାମ୍ପାରୁ ରବି ଭରଦ୍ୱାଜ, ବସ୍ତରରୁ ଦୀପକ ବୌଜ ଏବଂ କାଙ୍କରରୁ ବୀରେଶ ଠାକୁରଙ୍କୁ ପ୍ରାର୍ଥୀ କରାଯାଇଛି। ଅରୁଣାଚଳ ପୂର୍ବରୁ ଜେମ୍ସ ଲୋଭାଙ୍ଗଚା ୱାଗଲୋଟ ଏବଂ ଆଣ୍ଡାମାନ ନିକୋବରରୁ କୁଳଦୀପ ରାୟ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଛି।
ପ୍ରକାଶଯୋଗ୍ୟ ଯେ ଏହା ର୍ପୂବରୁ କଂଗ୍ରେସ ଉତ୍ତରପ୍ରଦେଶ ଏବଂ କିଛି ଅନ୍ୟ ରାଜ୍ୟରେ ୩ ଥରରେ ୫୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories