www.samajalive.in
Tuesday, December 9, 2025
17.1 C
Bhubaneswar

ଦୁଇ ଲୋକସଭା ଆସନରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ!

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚଳିତ ଥର ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢିବେ। ଅମେଠି ଲୋକସଭା ଆସନରୁ ୩ ଥର ସାଂସଦ ନିର୍ବାଚିତ ହୋଇଥିବା ରାହୁଲ ଗାନ୍ଧୀ ଅମେଠି ବ୍ୟତୀତ ଦକ୍ଷିଣ ଭାରତର କୌଣସି ଏକ ଲୋକସଭା ଆସନରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି। ଏହାଛଡ଼ା ରାହୁଲ ମହାରାଷ୍ଟ୍ରର ନାନ୍ଦୋଡ଼ କିମ୍ବା ମଧ୍ୟପ୍ରଦେଶର କୌଣସି ଏକ ସୁରକ୍ଷିତ ଆସନରୁ ଲୋକସଭା ନିର୍ବାଚନ ଲଢିବେ ବୋଲି ଶୁଣିବାକୁ ମିଳୁଛି। କଂଗ୍ରେସର ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାହୁଲ ଦୁଇଟି ଆସନରୁ ନିର୍ବାଚନ ଲଢନ୍ତୁ ବୋଲି ଦଳୀୟ କାର୍ଯ୍ୟକର୍ତ୍ତା ଦାବି କରୁଛନ୍ତି। ଦଳୀୟ କାର୍ଯ୍ୟକର୍ତ୍ତାଙ୍କ କହିବା ଅନୁସାରେ ରାହୁଲ ଅମେଠି ବ୍ୟତୀତ ଅନ୍ୟ କୌଣସି ଆସନରୁ ନିର୍ବାଚନ ଲଢିଲେ ତାର ଆଖପାଖ ଆସନରେ ମାହୋଲ ସୃଷ୍ଟି ହେବ। ଫଳରେ ଦୁର୍ବଳ ସ୍ଥିତିରେ ଥିବା କଂଗ୍ରେସ ଭଲ ପ୍ରଦର୍ଶନ କରିବ।
ଉଲ୍ଲେଖଯୋଗ୍ୟ ଯେ ୨୦୧୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀ ଏବଂ ଭଡୋଦରା ଆସନରୁ ନିର୍ବାଚନ ଲଢିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories