www.samajalive.in
Sunday, December 7, 2025
26.1 C
Bhubaneswar

ଲଣ୍ଡନରେ ‘ନିରବ’ ମଉଜ

ପଳାତକ ଅର୍ଥନୈତିକ ଅପରାଧୀ ନିରବ ମୋଦିର ଲଣ୍ଡନ ରହଣି ଓ ଚାଲବୁଲ୍‌ ସମ୍ପର୍କିତ ଟିଭି ଫୁଟେଜ୍‌ ଦେଖିଲେ ଆମ ଭାରତୀୟମାନେ ପ୍ରତିକ୍ରିୟାଶୀଳ ହେବା ସ୍ବାଭାବିକ। ହଜାରହଜାର କୋଟି ଟଙ୍କା ବ୍ୟାଙ୍କରୁ ଠକି ନେଇ ସେ ଲଣ୍ଡନରେ ଅୟସ ଜୀବନ କାଟୁଥିବାବେଳେ ଆମ ସରକାର ତା’କୁ ଭାରତକୁ ଆଣିପାରୁନାହାନ୍ତି ବା ତା’ ସମ୍ପର୍କରେ ଭରସାଯୋଗ୍ୟ ତଥ୍ୟ ପାଉନାହାନ୍ତି। ଏ କିଭଳି କଥା ? ଯେଉଁ ତଦନ୍ତକାରୀ ସଂସ୍ଥା ଏହି କାର୍ଯ୍ୟରେ ଲାଗିଛନ୍ତି ସେମାନଙ୍କୁ କ’ଣ ସ୍ବାଧୀନ ଭାବେ କାର୍ଯ୍ୟ କରିବାକୁ ଅନୁମତି ମିଳୁନାହିଁ ନା ଏହା ସେମାନଙ୍କ ଦୁର୍ବଳତା ? ଦେଶରେ ଥିବା ନିରବ ମୋଦିର ସଂପତ୍ତି ଜବତ କରିଦେଲେ ବା ମୁମ୍ବଇରେ ଥିବା ତାହାର ବିଳାସପୂର୍ଣ୍ଣ ପ୍ରସାଦକୁ ଭାଙ୍ଗିଦେଲେ ତା’ଠାରୁ ୧୩,୫୦୦କୋଟି ଟଙ୍କା ଆଦାୟ ହୋଇପାରିବ ନାହିଁ। ସର୍ବଶେଷ ଖବର ଅନୁସାରେ ନିରବ ମୋଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଏ ଯେଉଁ ବିପୁଳ ଋଣ ବ୍ୟବସାୟ ପାଇଁ ନେଇଥିଲା ସେଥିରୁ ତଞ୍ଚକତା ପୂର୍ବକ ୯୦୦କୋଟିରୁ ଅଧିକ ଟଙ୍କା ବିଦେଶରେ ଥିବା ନିଜର ବ୍ୟକ୍ତିଗତ ଆକାଉଣ୍ଟକୁ ନେଇଯାଇଛି।
ବ୍ରିଟେନ ସହ ଭାରତର ପ୍ରତ୍ୟର୍ପଣ ଚୁକ୍ତି ରହିଛି ଏବଂ ଅପରାଧୀଙ୍କୁ ଧରି ଆଣିବାର ଆଇନଗତ ବାଧା ନାହିଁ। ଏହାସତ୍ତ୍ବେ ନିରବ ମୋଦି ବ୍ରିଟେନରେ ନିର୍ଭୟରେ ବିଚରଣ କରିବା ଅବଶ୍ୟ ଆଶ୍ଚର୍ଯ୍ୟଜନକ। ଦୁଇଦେଶ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି ସତ୍ତ୍ବେ ବ୍ରିଟେନରୁ ଜଣେ ଅପରାଧୀଙ୍କୁ ଭାରତ ପ୍ରତ୍ୟର୍ପଣ କରିବାର ଆଇନଗତ ବ୍ୟବସ୍ଥା ଅତ୍ୟନ୍ତ ଜଟିଳ। ଗତ ୧୦ବର୍ଷ ମଧ୍ୟରେ ବ୍ରିଟେନରୁ ୨୮ଜଣ ଅପରାଧୀଙ୍କ ପ୍ରତ୍ୟର୍ପଣ ଭାରତ ଲୋଡ଼ିଥିବାବେଳେ ମାତ୍ର ଜଣକୁ ପାଇବାରେ ସଫଳ ହୋଇଛି। ଅନ୍ୟତମ ପଳାତକ ଅର୍ଥନୈତିକ ଅପରାଧୀ ବିଜୟ ମାଲ୍ୟା ନିମ୍ନ ଅଦାଲତରେ ଆଇନଗତ ଲଢ଼େଇରେ ହାରି ଯାଇଥିଲେ ମଧ୍ୟ ସେଠାକାର ସର୍ବୋଚ୍ଚ ଅଦାଲତ ଓ ମାନବାଧିକାର ପରିଷଦର ଦ୍ବାରସ୍ଥ ହେବାର ବାଟ ଖୋଲାରହିଛି। ଅତଏବ ଏଭଳି ପ୍ରତ୍ୟର୍ପଣ ଚୁକ୍ତିର ଅର୍ଥ କ’ଣ ? କାଳବିଳମ୍ବ ହେଲେ ମାମଲା ଦୁର୍ବଳ ହୁଏ ଓ ଅପରାଧୀ ଖସିଯିବାକୁ ସମର୍ଥ ହୁଅନ୍ତି। ଭାରତ ସରକାର କୂଟନୈତିକ ସ୍ତରରେ ବ୍ରିଟେନ ସହିତ ଏ ବିଷୟରେ ଅଧିକ ଆଲୋଚନା କରି ଏହି ଅପରାଧୀମାନଙ୍କୁ ଶୀଘ୍ର ଭାରତ ଆଣିବାର ବ୍ୟବସ୍ଥା କରିବା ଉଚିତ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories