ଅନୁସୂଚିତ ଜାତି,କଳିଙ୍ଗ କାଳନ୍ଦୀ/ କଣ୍ଡରା ବୈଷ୍ଣବ ସଂଗଠନର ସାଧାରଣ ସଭା
ନେମାଳ : ଓଡିଶାର ଅନୁସୂଚିତ ଜାତି,କଳିଙ୍ଗ କାଳନ୍ଦୀ/ କଣ୍ଡରା ବୈଷ୍ଣବ ସଂଗଠନ ପକ୍ଷରୁ ନେମାଳ ମା ଜାଗୁଳାଇଙ୍କ ପୀଠ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ସୁଦର୍ଶନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ଆକୁଳାନନ୍ଦ ସେଠୀ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ବାବୁରାମ ଦାସ ,ସମ୍ମାନିତ ଅତିଥି ଭାବେ ସୁରେନ୍ଦ୍ର ଦାସ,ରଞ୍ଜନ ଦାସ,ଜଳଧର ଦାସ,ଲକ୍ଷ୍ମଣ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଜାତି ପ୍ରତି ସରକାର ଅବହେଳା ଅନ୍ୟାୟ ପ୍ରଦର୍ଶନ କରିଆସୁଛନ୍ତି ବୋଲି ସମାଜରେ ବହୁ ଦୁଃଖ, କଷ୍ଟ , ନିର୍ଯ୍ୟାତନା ସହିବାକୁ ପଡୁଛି ବୋଲି ଉପସ୍ଥିତ ସଦସ୍ୟ ମତବ୍ୟକ୍ତ କରିଥିଲେ। ସମାଜରେ ଚତୁର୍ବଣ୍ଣ ବ୍ୟବସ୍ଥାର ସୁଦ୍ର ଭାବରେ ଗଣା ହୋଇଥିଲେ ବି ସରକାରଙ୍କ ଥିବା ଅନୁସୂଚିତ ଜାତି ତାଲିକାରୁ କଣ୍ଡରା ବୈଷ୍ଣବ ଜାତିକୁ ବାଦ୍ ଦିଆଯାଇଅଛି। ସରକାରଙ୍କ ଥିବା ସଂରକ୍ଷଣ ବ୍ୟବସ୍ଥାର ସମସ୍ତ ସୁବିଧା ସୁଯୋଗର ଯଥା ଶିକ୍ଷା ଓ ଚାକିରୀରେ ନିଯୁକ୍ତି, ରାଜନୈତିକ କ୍ଷେତ୍ର ଜିବିକା ନିର୍ବାହ ନିମନ୍ତେ ଆସୁଥିବା ଅର୍ଥରୁ ସେମାନଙ୍କୁ ବଂଚିତ କରାଯାଉଛି। ଏହି ଅନ୍ୟାୟ ବ୍ୟବସ୍ଥା ବିରୁଦ୍ଧରେ ଦୀର୍ଘ ୩ ଦଶନ୍ଧି ଧରି କାର୍ଯ୍ୟ ହୋଇ ଆସୁଅଛି। ହେଲେ ସେପରି କୌଣସି ବାସ୍ତବ ସଫଳ ମିଳିପାରୁନାହିଁ। ଏଥିପାଇଁ ଏହି ନିକଟ ଅତୀତରେ ଦୁଇଥର ସଭା କରି ରାଜ୍ୟର ବିଭିନ୍ନ ଅଂଚଳରେ ବୈଷ୍ଣବ ଭାଇମାନେ ଏକାଗ୍ରତା ହୋଇ ଏହାର ଏକ ସ୍ଥାୟୀ ପ୍ରତିକାର ନିମନ୍ତେ ବ୍ୟବସ୍ଥା କରିବାକୁ ନିଷ୍ପତି ନେଇଛନ୍ତି। ଆଗାମୀ ଦିନରେ କାଳନ୍ଦୀ ବୈଷ୍ଣବ ବର୍ଗଙ୍କୁ ଓଡିଶାର ଅନୁସୂଚୀତ ଜାତି ତାଲିକାରେ କ୍ର.ନଂ. ୪୨ ସଂଖ୍ୟାରେ କଣ୍ଡରା ସହିତ ସ୍ଥାନୀତ କରିବା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା। ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆକୁଳାନନ୍ଦ ସେଠୀ, ସମୀର ଦାସ, ନରୋତମ ଦାସ,କୃଷ୍ଣଚନ୍ଦ୍ର ଦାସ, ଗୌତମ ଦାସ, ସଂଜୟ କୁମାର ଦାସ, ଅଚ୍ୟୁତାନନ୍ଦ ଦାସ, ବିକ୍ରମ ଦାଶ, ଶ୍ୟାମସୁନ୍ଦର ଦାସ, ଜୟନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ପ୍ରମୋଦ ଦାସ ଧନ୍ୟବାଦ ଦେଇଥିଲେ।