ରାହୁଲ ଗାନ୍ଧୀଙ୍କ ରାଲିରେ ସିଦ୍ଧୁଙ୍କୁ କହିବା ପାଇଁ ମିଳିଲା ନାହିଁ ସୁଯୋଗ, ଅସନ୍ତୋଷ ବ୍ୟକ୍ତ କଲେ ସିଦ୍ଧୁ

0

ନୂଆଦିଲ୍ଲୀ : ଗୁରୁବାରରେ  ପଞ୍ଜାବରେ ରାହୁଲ ଗାନ୍ଧୀଙ୍କର ବିଶାଳ ଜନ ସମାବେଶର ଆୟୋଜନ  କରାଯାଇଥିଲା । ମାତ୍ର ପୁଲଓ୍ୱମା ବିରୋଧରେ ମନ୍ତବ୍ୟ ଦେଇ ବିବାଦରେ ଥିବା  ପୂର୍ବତନ କ୍ରିକେଟିୟର ତଥା କଂଗ୍ରେସ ନେତା ନବଜୋତ  ସିଂ ସିଦ୍ଧୁଙ୍କୁ ଏଥିରେ  କହିବା ପାଇଁ ସୁଯୋଗ ମିଳି ନ ଥିଲା । ଏହାପରେ ଖପ୍ପା ହୋଇଯାଇଛନ୍ତି  ସିଦ୍ଧୁ । ଏକ ସାମ୍ବାଦିକ ସମ୍ମିଳନୀ କରି ଯଦି ମୁଁ ରାହୁଲ ଗାନ୍ଧୀଙ୍କ ରାଲିରେ କହିବା ପାଇଁ ଯୋଗ୍ୟ ନୁହେଁ ଯଦି ତେବେ ଏକ ବକ୍ତା  ଓ  ପ୍ରଚାରକ ଭାବେ ମୁଁ  ସଠିକ୍‌ ବ୍ୟକ୍ତି ନୁହେଁ ବୋଲି କହିଛନ୍ତି ।

prayash

ଗୁରୁବାରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ରାହୁଲ ଗାନ୍ଧୀଙ୍କ ସହ ଅନେକ ବରିଷ୍ଠ କଂଗ୍ରେସ ନେତା ଉଦ୍‌ବୋଧନ ଦେଇଥିଲେ । ମାତ୍ର ସିଦ୍ଧୁଙ୍କୁ କହିବା ପାଇଁ ସୁଯୋଗ ଦିଆଯାଇ ନଥିଲା ।  ଏହାପରେ ସିଦ୍ଧୁ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ରୋଷ ବ୍ୟକ୍ତ କରିଛନ୍ତି । ତାଙ୍କୁ ରାହୁଲଙ୍କ ସଭାରେ କହିବାକୁ ସୁଯୋଗ ଦିଆଯାଉ ନାହିଁ ମାନେ ସେ ପ୍ରଚାରକ ବି ନୁହନ୍ତି । ମୋର ନିୟନ୍ତ୍ରଣରେ ସଭାରେ କହିବା କି ନାହିଁ  ତାହା ନାହିଁ । କିନ୍ତୁ ଏହା ମୋତେ ମୋ ସ୍ଥାନ ଦେଖାଇ ଦେଇଛି  ବୋଲି ସିଦ୍ଧୁ କହିଛନ୍ତି ।

kalyan agarbati
Leave A Reply