ରାହୁଲ ଗାନ୍ଧୀଙ୍କ ରାଲିରେ ସିଦ୍ଧୁଙ୍କୁ କହିବା ପାଇଁ ମିଳିଲା ନାହିଁ ସୁଯୋଗ, ଅସନ୍ତୋଷ ବ୍ୟକ୍ତ କଲେ ସିଦ୍ଧୁ
ନୂଆଦିଲ୍ଲୀ : ଗୁରୁବାରରେ ପଞ୍ଜାବରେ ରାହୁଲ ଗାନ୍ଧୀଙ୍କର ବିଶାଳ ଜନ ସମାବେଶର ଆୟୋଜନ କରାଯାଇଥିଲା । ମାତ୍ର ପୁଲଓ୍ୱମା ବିରୋଧରେ ମନ୍ତବ୍ୟ ଦେଇ ବିବାଦରେ ଥିବା ପୂର୍ବତନ କ୍ରିକେଟିୟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ଏଥିରେ କହିବା ପାଇଁ ସୁଯୋଗ ମିଳି ନ ଥିଲା । ଏହାପରେ ଖପ୍ପା ହୋଇଯାଇଛନ୍ତି ସିଦ୍ଧୁ । ଏକ ସାମ୍ବାଦିକ ସମ୍ମିଳନୀ କରି ଯଦି ମୁଁ ରାହୁଲ ଗାନ୍ଧୀଙ୍କ ରାଲିରେ କହିବା ପାଇଁ ଯୋଗ୍ୟ ନୁହେଁ ଯଦି ତେବେ ଏକ ବକ୍ତା ଓ ପ୍ରଚାରକ ଭାବେ ମୁଁ ସଠିକ୍ ବ୍ୟକ୍ତି ନୁହେଁ ବୋଲି କହିଛନ୍ତି ।
ଗୁରୁବାରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ରାହୁଲ ଗାନ୍ଧୀଙ୍କ ସହ ଅନେକ ବରିଷ୍ଠ କଂଗ୍ରେସ ନେତା ଉଦ୍ବୋଧନ ଦେଇଥିଲେ । ମାତ୍ର ସିଦ୍ଧୁଙ୍କୁ କହିବା ପାଇଁ ସୁଯୋଗ ଦିଆଯାଇ ନଥିଲା । ଏହାପରେ ସିଦ୍ଧୁ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ରୋଷ ବ୍ୟକ୍ତ କରିଛନ୍ତି । ତାଙ୍କୁ ରାହୁଲଙ୍କ ସଭାରେ କହିବାକୁ ସୁଯୋଗ ଦିଆଯାଉ ନାହିଁ ମାନେ ସେ ପ୍ରଚାରକ ବି ନୁହନ୍ତି । ମୋର ନିୟନ୍ତ୍ରଣରେ ସଭାରେ କହିବା କି ନାହିଁ ତାହା ନାହିଁ । କିନ୍ତୁ ଏହା ମୋତେ ମୋ ସ୍ଥାନ ଦେଖାଇ ଦେଇଛି ବୋଲି ସିଦ୍ଧୁ କହିଛନ୍ତି ।