www.samajalive.in
Monday, December 15, 2025
24.1 C
Bhubaneswar

ବାଲାକୋଟ୍‍ ବିମାନ ଆକ୍ରମଣ ଏକ ଆତଙ୍କବାଦ ବିରୋଧୀ ପଦକ୍ଷେପ – ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ବାଲାକୋଟ୍‍ ବିମାନ ଆକ୍ରମଣ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, ଏହା ପକ୍କା ତଥ୍ୟ ଉପରେ ପର୍ଯ୍ୟବସିତ ଆତଙ୍କବାଦ ବିରୋଧୀ ପଦକ୍ଷେପ। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଏହା କହିଛନ୍ତି। ପାକିସ୍ତାନରେ ଥିବା ଆତଙ୍କବାଦୀ ମୌଳିକ ଢାଞ୍ଚା ବିଷୟରେ କେବଳ ବର୍ତ୍ତମାନ ସରକାର ନୁହନ୍ତି, ୟୁ.ପି.ଏ. ସରକାର ଓ ସମଗ୍ର ଭାରତ ପାକିସ୍ତାନକୁ ଜଣାଇ ଆସିଛି। କିନ୍ତୁ ପାକିସ୍ତାନ ଏ ବାବଦରେ କୌଣସି ପଦକ୍ଷେପ ନେଇ ନାହିଁ। ଯେଉଁଥିପାଇଁ ଭାରତକୁ ଏଭଳି ପଦକ୍ଷେପ ନେବାକୁ ପଡ଼ିଛି। ସୀତାରମଣ କହିଛନ୍ତି, ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀମାନଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ଦିଆଯାଇଥିବା ସତ୍ତ୍ବେ ପାକିସ୍ତାନ ସେମାନଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଇ ନାହିଁ। ବିମାନ ଆକ୍ରମଣରେ କେତେ ସନ୍ତ୍ରାସବାଦୀ ମୃତ୍ୟୁବରଣ କରିଛନ୍ତି, ସେ ବିଷୟରେ ପ୍ରଶ୍ନ କରାଯିବାରୁ ମନ୍ତ୍ରୀ କହିଛନ୍ତି, ବୈଦେଶିକ ସଚିବ ତାଙ୍କର ସାମ୍ବାଦିକ ସମ୍ମିଳନୀରେ ମୃତ୍ୟୁସଂଖ୍ୟା ବିଷୟରେ କିଛି ଉଲ୍ଲେଖ କରି ନ ଥିଲେ। କେବଳ ସରକାର ତାଙ୍କର ପଦକ୍ଷେପ ବିଷୟରେ କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories