ଜେଲରୁ କଏଦୀ ପେଂରାର
ମାଲକାନଗିରି : ମାଲକାନଗିରି ଉପ କାରାଗାରରୁ କୈାଶଳକ୍ରମେ ଜଣେ ବିଚାରାଧିନ କଏଦୀ ପେଂରାର ହୋଇଯାଇଥିବା ଜଣାପଡିଛି। ମଙ୍ଗଳବାର ଭୋର ସକାଳୁ ଜେଲ କର୍ତ୍ତୁପକ୍ଷ ଜାଣିବାକୁ ପାଇଥିଲେ। ସକାଳ ରୋଲକଲ ସମୟରେ ଜଣେ ବନ୍ଦୀ ନ ଥିବା ଜାଣିବାକୁ ପାଇଥିଲେ। ତେବେ ଜେଲର ସେହି ଘର ନାଳ ଦେଇ ଦକ୍ଷିଣ ପାଶ୍ୱ ପାଚେରୀ ଡେଇଁ ପେଂରାର ହୋଇଥିବା ଜଣା ପଢିଛି। ମାଲକାନଗିରି ଜିଲ୍ଲା ଓରକେଲ ଥାନା ଏମ.ଭି- ୪୧ ଗ୍ରାମର ଅଜିତ୍ ଡାକୁଆ ନାମକ ବାକ୍ତି ଗଞ୍ଜେଇ ଚୋରା କାରବାରରେ ଧରାପଡି ଗତ ଜାନୁଆରୀ ମାସରୁ ବିଚାର ଧୀନ ବନ୍ଦୀ ଭାବେ ମାଲକାନଗିରି ଉପ କାରାଗାରରେ ରହିଥିଲା। ଏନେଇ ମଙ୍ଗଳବାର ସନ୍ଦ୍ୟାରେ ମାଲକାନଗିରି ଥାନାରେ ଏତଲା ଦିଆଯାଇଛି। ତେବେ ଜେଲ କର୍ତ୍ତୁପକ୍ଷଙ୍କ ଅବହେଳାକୁ ଏପରୀ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ତାକୁ ଖସାଇବାରେ କୈଣସି ଜେଲ କର୍ମଚାରୀଙ୍କ ହାତ ଥିବା ସଂନ୍ଦେହ ଥିବା ବେଳେ ମାଲକାନଗିରି ଥାନା ଅଧିକାରୀ ଆର.କେ. ସାହୁ ଘଟଣା ତଦନ୍ତ ଚାଲୁଥିବା କହିଛନ୍ତି। ଜେଲ ଭିତରେ ଡ୍ରେନ କାମ ଚାଲୁଥିବା ବେଳେ କୈାଶଳ କ୍ରମେ ଡ୍ରେନ ଭିତରେ ଗଳି ପାଇଖାନା ଭିତରୁ କବାଟ ଭାଙ୍ଗି ପାଚେରୀ ଡେଇଁ ପଳେଇ ଥିବା ପୁଲିସ ଅନୁମାନ କରୁଛି।